ଦମ୍ପତିଙ୍କୁ ଛୁରିରେ ଆକ୍ରମଣ କରି ଅଳଙ୍କାର ଲୁଟ

ମହିଳା ଓ ଯୁବତୀଙ୍କୁ ଲୁଟିଲେ ଲୁଟେରା

photo by : andhrawishesh.com

ଜୟପାଟଣା : ଶନିବାର ମୁଖିଗୁଡ଼ା ମହୁଲପାଟଣା ଘାଟି ଉପରେ ବାଇକ୍‌ରେ ଯାଉଥିବା ଦମ୍ପତିଙ୍କୁ ଅଟକାଇ ଛୁରିରେ ଆଘାତ କରି ଦେଢ଼ ଭରି ଓଜନର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯେ, ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତ ପୋଡ଼ାପଦର ଗାଁର ତଳେନ୍ଦ୍ର ନାଏକ ଓ ତାଙ୍କ ସ୍ତ୍ରୀ ତୁଳସୀ ନାଏକ (୧୯) ଏକ ବାଇକ୍‌ ଯୋଗେ ମୁଖିଗୁଡ଼ାର ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ତେବେ ମହୁଲପାଟଣା ମୁଖିଗୁଡ଼ା ଇନ୍ଦ୍ରାବତୀ ପ୍ରକଳ୍ପ ଘାଟି ରାସ୍ତା ୬ ନମ୍ବର ରିଚ୍‌ ପାଖରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ସେମାନଙ୍କ ଅଟକାଇ ଥିଲେ।

ତୁଳସୀ ପିନ୍ଧିଥିବା ଅଳଙ୍କାର ଜବରଦସ୍ତି ଛିଣ୍ଡେଇ ଦେବାକୁ ଉଦ୍ୟମ କରିବାରୁ ସେ ବିରୋଧ କରିଥିଲେ। ହେଲେ ଦୁର୍ବୃତ୍ତମାନେ ଛୁରିରେ ଆଘାତ କରି ଦେଢ଼ ଭରି ଓଜନର ସୁନା ଅଳଙ୍କାର ଲୁଟି ଫେରାର ମାରିଥିଲେ। ପରେ ମହିଳାଙ୍କୁ ମୁଖିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ମୁଖିଗୁଡ଼ା ଫାଣ୍ଡି ଅଧିକାରୀ ତଦନ୍ତ ଜାରି ରିଖିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe