ମହିଳାଙ୍କ ପ୍ରତି ବଢ଼ୁଥିବା ଲିଙ୍ଗଗତ ଅତ୍ୟାଚାରକୁ ବିରୋଧ:ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘର ଧାରଣା

Advertisment
ମହିଳାଙ୍କ ପ୍ରତି ବଢ଼ୁଥିବା ଲିଙ୍ଗଗତ ଅତ୍ୟାଚାରକୁ ବିରୋଧ:ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘର ଧାରଣା

ଭବାନୀପାଟଣା: ମହିଳାଙ୍କ ପ୍ରତି ବଢୁଥିବା ଲିଙ୍ଗଗତ ଅତ୍ୟାଚାରକୁ ବିରୋଧ ନେଇ ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ ପକ୍ଷରୁ ଭବାନୀପାଟଣା ସହରସ୍ଥିତ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘର ରାଜ୍ୟ ସଭାନେତ୍ରୀ କମଳିନୀ ଯାଦବ ଏହି ଧାରଣାରେ ଅଧ୍ୟକ୍ଷତା କରିଥିଲେ। ଗତ ୩ ବର୍ଷ ମଧ୍ୟରେ ମହିଳା ଏବଂ ନାବାଳିକା ଝିଅମାନଙ୍କ ଉପରେ ଦିନକୁ ଦିନ ଲିଙ୍ଗଗତ ଅତ୍ୟାଚାର ବଢ଼ିଚାଲିଛି । ତେଣୁ ମହିଳା ମାନଙ୍କ ପ୍ରତି ସୁରକ୍ଷାର ସମସ୍ୟା ଦେଖା ଦେଉଛି। ଦେଶରେ ବେଟି ବଚାଓ କାର୍ଯ୍ୟକ୍ରମ କେବଳ ନାରାବାଜି ଏବଂ କାର୍ଯ୍ୟକ୍ରମରେ ହିଁ ସୀମିତ ହୋଇଛି। ସେହିଭଳି ଅନୁସୂଚିତ ଜାତି, ଉପଜାତି, ପଛୁଆବର୍ଗ, ଘମନ୍ତୁ ଜନଜାତି ଏବଂ ଅଳ୍ପସଂଖ୍ୟକ ମହିଳା ଏବଂ ନାବାଳିକା ମାନେ ଲିଙ୍ଗଗତ ଅତ୍ୟାଚାର ଯେଉଁ ମାନଙ୍କ ଉପରେ ଦେଖାଯାଉଛି।

ବିଜେପି ଦଳର ସାଂସଦ କିରଣ ଖେରଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଥିଲା। ଅନୁଷ୍ଠିତ ଧାରଣାରେ ଜିଲ୍ଲା ସଭାନେତ୍ରୀ ବିଳାସିନୀ ଜାଲ, ଉପସଭାନେତ୍ରୀ ସୁମିତ୍ରା ଭୋଇ, କୃଷ୍ଣ କୁମାରୀ ପାତ୍ର, ସାଧାରଣ ସଂପାଦିକା ବିଜୟିନୀ ବେହେରା, ସଂପାଦିକା ଶିବାନୀ ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଜ୍ୟୋତ୍ସ୍ନାମୟୀ ବାଗ , ବିଜୟିନୀ ସୁନାନୀ, ସୁଭଦ୍ରା ଭୋଇ, ପଦ୍ମା ଗଉଡ଼, ହିମାଦ୍ରୀ ଛତ୍ରିଆ, ମମତା ଚଲାନ, ଶାନ୍ତି ନାଗ, ଏନ. ନୈନା ଯାଦବ, ଏନ୍‌. ଅନାମିକା ଯାଦବ, ସି. ପ୍ରମିତା ଯାଦବ, ଯମୁନା ଚନ୍ଦନ, ଟୁନି ଗଉଡ଼, ପଦ୍ମାଚଲାନ, କମଲୀନି ଶବର, ଯୁଗନ୍ତି ନାଗ, ପ୍ରିୟଙ୍କା ଧଙ୍ଗଡ଼ାମାଝୀ, ତରୁଲତା ଧଙ୍ଗଡ଼ାମାଝୀ, ମନିସା ରାଉତ, ରୋସନୀ ଛତ୍ରିଆ, ପ୍ରମିଳା ଶବର, ଅର୍ଚ୍ଚିତା ରାଉତ, ନନ୍ଦିନୀ ଜାଲ, ବୈଜୟନ୍ତି ସୁନାନୀ, ବିଜୟିନୀ ସୁନାନୀ ପ୍ରମୁଖ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ହିମାଦ୍ରୀ ମାଝୀ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe