ଧାରଣାରେ ବସିଲେ ସିଆରପି, ଏମ୍‌ବିକେ ସଂଘ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର କାର୍ଯ୍ୟରତ ସିଆରପି, ଏମ୍‌ବିକେମାନେ ଆଜି ଠାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି। ବର୍ତ୍ତମାନ ସରକାର ସିଆରପି, ଏମବିକେମାନଙ୍କୁ ମାସିକ ଦରମା ପ୍ରଦାନ ପରିବର୍ତ୍ତେ ଇନସେନଟିଭ ଆକାରରେ ପ୍ରୋତ୍ସାହନ...

karlamunda

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର କାର୍ଯ୍ୟରତ ସିଆରପି, ଏମ୍‌ବିକେମାନେ ଆଜି ଠାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି। ବର୍ତ୍ତମାନ ସରକାର ସିଆରପି, ଏମବିକେମାନଙ୍କୁ ମାସିକ ଦରମା ପ୍ରଦାନ ପରିବର୍ତ୍ତେ ଇନସେନଟିଭ ଆକାରରେ ପ୍ରୋତ୍ସାହନ ରାଶି ଦେବାକୁ ନିଷ୍ପତ୍ତି ଓ ରାଜସ୍ୱ ଗ୍ରାମରେ ଜଣେ ସିଆରପି ରଖିବାକୁ ନିଷ୍ପତ୍ତି ନେଉଥିବାରୁ ଏହାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ପରିସରରେ ସଂଘ ଧାରଣା ଦେବାକୁ ସ୍ଥିର କରିଥିବା ସଂଘର ସଭାନେତ୍ରୀ ସୁଷମା ସାହୁ, ସଂପାଦିକା ସନ୍ତୋଷୀ ମାଝୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ସିଆରପି ଏମବିକେ ମାନେ ମାସିକ ଦରମା ଆକାରରେ ପ୍ରାପ୍ୟ ପାଉଥିବା ବେଳେ ଏବେ ସରକାର ସେ ସବୁ ଉପରେ ପରିବର୍ତ୍ତନ କରିବା ଦୁର୍ଭାଗ୍ୟର ବିଷୟ ବୋଲି ସଂଘ ଉପସଭାନେତ୍ରୀ ରଶ୍ମିତା ସୁନା କହିଛନ୍ତି।

ତେବେ ସରକାରଙ୍କ ନୂତନ ନୀତି ଯୋଗୁଁ ବ୍ଲକର ତେରେସିଂହା, ଗଜବାହାଲ, ସ.ମାଲପଡା, କର୍ଲାମୁଣ୍ଡା ବୋରପଦର ଆଦି ଗ୍ରାମ ପଞ୍ଚାୟତରେ ନିଯୁକ୍ତି ପାଇଥିବା ୪୬ ଜଣ ସିଆରପି ଓ ୫ ଜଣ ଏମବିକେ ପ୍ରଭାବିତ ହେବାକୁ ଥିବା ଜଣା ପଡିଛି।

Kalahandi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe