କର୍ଲାମୁଣ୍ଡାରେ ସବ ରେଜେଷ୍ଟ୍ରି ଅଫିସ ଉଦଘାଟିତ

Advertisment
କର୍ଲାମୁଣ୍ଡାରେ ସବ ରେଜେଷ୍ଟ୍ରି ଅଫିସ ଉଦଘାଟିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲ ଅଫିସ ପରିସରରେ ନୂତନ ଭାବେ ସବ ରେଜେଷ୍ଟି ଅଫିସ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉଦଘାଟନ ଉତ୍ସବରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତହସିଲଦାର ମିଳନ କୁମାର ଝାଙ୍କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ସୁଚରିତା ମୁଗ୍ରୀ, ଅଧ୍ୟକ୍ଷl କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସହକାରୀ ପବ୍ଲିକ ପ୍ରସିକ୍ୟୁଟର ନିରଞ୍ଜନ ନନ୍ଦ, ପୂର୍ବତନ ସରପଞ୍ଚ ଶଶିଭୂଷଣ ସାହୁ, ଆଇନଜୀବୀ ସତ୍ୟନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆଇନଜୀବୀ ଦଶରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦଘାଟନ ଦିବସରେ ୨୪ଟି ଜମିଜମା ରେଜେଷ୍ଟ୍ରି କରାଯାଇଥିଲା।

publive-image

ପ୍ରକାଶଥାଉକି ଏହି ବ୍ଲକବାସୀ ଦୀର୍ଘ ତିରିଶ କିମି ଦୂର ମ ରାମପୁର ଯାଇ ବହୁ ହଇରାଣ ହରକତ ହେଉଥିଲେ। ବିଧାୟକଙ୍କ ଉଦ୍ୟମ ହେତୁ ଏକ ସାଙ୍ଗେ କର୍ଲାମୁଣ୍ଡା ଓ ନର୍ଲାରେ ସବ ରେଜେଷ୍ଟ୍ରି ଅଫିସ ଖୋଲିଛି। ଏହାଫଳରେ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe