ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଗିରଫ

Advertisment
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଗିରଫ

କୋକସରା : ଜୈନିକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ର˚ଜିତ ନାଏକ(୪୮)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କୋକସରା ବ୍ଲକ୍ ମାଝୀଗୁଡା ଗ୍ରାମର ର˚ଜିତ ନାଏକ ଜଣେ ନାବାଳିକାକୁ ଗତ ୨୧ ତାରିଖ ରାତି ୧୨ଟାରେ ପରିସ୍ରା କରିବାକୁ ବାହାରକୁ ବାହାରି ଥିବାବେଳେ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ଏହି ଘଟଣା ଜଣା ପଡ଼ିବା ପରେ ୨୨ ତାରିଖ ଦିନ ପରିବାର ପକ୍ଷରୁ କୋକସରା ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଏନେଇ କେସ ନ˚ ୨୨୩/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଅଭିଯୁକ୍ତ ରଂଜିତଙ୍କୁ ଛତିଶଗଡ ଅ˚ଚଳରୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିଲା।ଜାମିନ ନାମ˚ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠେଇ ଦିଆଯାଇଥିବା କୋକସରା ଥାନାଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe