ପତ୍ନୀ ନିଖୋଜ ହେବା ପରେ ଜୀବନ ହାରିଲେ ଶିକ୍ଷକ

ପତ୍ନୀ ନିଖୋଜ ହେବା ପରେ ଜୀବନ ହାରିଲେ ଶିକ୍ଷକ

ଲାଞ୍ଜିଗଡ଼/ ବିଶ୍ବନାଥପୁର: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ କାଉଗୁଡ଼ାରେ ଶିକ୍ଷକ ହରେକୃଷ୍ଣ ଶବର (୪୧) ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ହରେକୃଷ୍ଣ ଲାଞ୍ଜିଗଡ଼ ରୋଡ୍‌ ଉଚ୍ଚ ପ୍ରାଥମିକ ସ୍କୁଲରେ ଏକ୍ସ- କ୍ୟାଡର ଶିକ୍ଷକ ଭାବେ ଚାକିରି କରୁଥିଲେ। ରବିବାର ରାତିରେ  ସେ ନିଜ କୋଠରିରେ ଶୋଇଥିଲେ। ସୋମବାର ସକାଳୁ ତାଙ୍କ ମା’ ଉକ୍ତ କୋଠରିକୁ ଝାଡ଼ୁ କରିବାକୁ ଯିବା ବେଳେ ହରେକୃଷ୍ଣଙ୍କ ଶବ ଝୁଲୁଥିବା ଦେଖିଥିଲେ। ତାଙ୍କ ପାଟି ଶୁଣି ପଡ଼ୋଶୀମାନେ ଆସି ସିକେରକୁପା ପୁଲିସକୁ ଖବର ଦେଇଥିଲେ। ସିକେରକୁପା ଫାଣ୍ଡି ଅଧିକାରୀ ମୀନାରାଓ ଶବର ଜବତ କରିବା ସହିତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ନର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ପ୍ରକାଶଥାଉ କି, ହରେକୃଷ୍ଣଙ୍କ ପତ୍ନୀ ଦେଢ଼ମାସ ହେଲା ନିଖୋଜ ଅଛନ୍ତି। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ସେ ମାନସିକ ଭାରସାମ୍ୟ ହରାଇ ବସିଥିବାରୁ ଆତ୍ମହତ୍ୟା କରିଥିବା କୁହଯାଉଛି। ତେବେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ପତ୍ନୀ ଜ୍ୟୋତ୍ସ୍ନା ଶବର ଘରକୁ ଫେରିଥିଲେ। ତାଙ୍କର ୩ ପୁଅଝିଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe