ଚାକିରି କରାଇ ଦେବା ନାଁରେ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ

ଚାକିରି କରାଇ ଦେବା ନାଁରେ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ସିଡିପିଓ ପୁଷ୍ପାଞଳି ରଥ ଚାକିରି କରାଇ ଦେବା ନାଁରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ବାସନ୍ତି ସିଂଙ୍କ  ସ୍ବାମୀ ବୀର ସିଂଙ୍କ ଠାରୁ ନିଜର ଭବାନୀପାଟଣା ସ୍ଥିତ ବାସଭବନରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଜଣାଯାଇଛି।

ଏହି ଚଢାଉରେ ନବରଙ୍ଗପୁର ଡିଏସପି କଳାପତୀ ବାଗ, ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ବାଳ ଓ ଅଜିତ ପାଢୀ ପ୍ରମୁଖ  ସାମିଲ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe