ବନ ବିଭାଗ ପକ୍ଷରୁ ବାଘ ଗଣନା ଆରମ୍ଭ:୮୫ଟି ବିଟରେ ୧୬ ଗ୍ରୁପ କ୍ୟାମେରା ଲଗାଯିବ

Advertisment
ବନ ବିଭାଗ ପକ୍ଷରୁ ବାଘ ଗଣନା ଆରମ୍ଭ:୮୫ଟି ବିଟରେ ୧୬ ଗ୍ରୁପ କ୍ୟାମେରା ଲଗାଯିବ

ଭବାନୀପାଟଣା: ସାରା ଦେଶରେ ବ୍ୟାଘ୍ର ଗଣନା ଆରମ୍ଭ ହୋଇଥିବା ବେଳେ କଳାହାଣ୍ଡି ବନ ବିଭାଗ ପକ୍ଷରୁ କଳାହାଣ୍ଡି ବନ ବିଭାଗ ପକ୍ଷରୁ ବାଘ ଗଣନା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲାରେ ଏଥି ନିମନ୍ତେ ବନ ବିଭାଗ ପକ୍ଷରୁ ଦକ୍ଷିଣ ବନଖଣ୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାରେ ବ୍ୟାଘ୍ର ଗଣନା ପାଇଁ ୮୫ଟି ବିଟରେ ୧୬ଟି ଗୃପ କ୍ୟାମେରା ଲଗାଯାଇଛି । ସେହିଭଳି ୩୦୦ଟି ପଗ ଆଇଡେଣ୍ଟି ଫିକେସନ ପେଡ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ପନ୍ଥ ସୂଚନା ଦେଇଥିଲେ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରଟି ଦ୍ୱାରା ପ୍ରସ୍ତୁତ ହୋଇଥିବା ବୈଜ୍ଞାନିକ ପଦ୍ଧତି ଅନୁଯାୟୀ ଏହି ଗଣା କାର୍ଯ୍ୟା ଚାଲିବ। ଜିଲ୍ଲାରେ ସାପ କାମୁଡାରେ ପ୍ରାୟ ମାସକୁ ୨ରୁ୩ ଜଣଙ୍କ ମୃତ୍ୟୁ ଘଟୁଥିବାବେଳେ ଲୋକେ ସାପକୁ ମାରି ଦେଉଥିବା ଦେଖାଯାଉଛି।

ସାପର ସୁରକ୍ଷା ନିମନ୍ତେ ଦକ୍ଷିଣ ବନଖଣ୍ଡ ଅଧିକାରୀ ସ୍ନେକ ହେଲ୍ଫ ଲାଇନ ସେବା ଆରମ୍ଭ କରିଛନ୍ତି। ସ୍ନେକ ହେଳ୍ପ ଲାଇନ ମୋବାଇଲ ନଂ ୮୭୬୩୮୮୫୯୧୭ ଓ ୭୬୮୩୯୦୫୫୭୬କୁ ତୁରନ୍ତ ଯୋଗାଯୋଗ କଲେ ସାପ ଧରିବାକୁ ଟିମ ପହଞ୍ଚିବେ ବୋଲି ଶ୍ରୀ ପନ୍ଥ ପ୍ରକାଶ କରିଥିଲେ। ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲରେ ନିଅାଁ ଲିଭାଇବା ପାଇଁ ବ୍ଲୋଅର ଓ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ ରଖାଯାଇଛି। ଏନେଇ ଜନସାଧାରଣ ଫୋନ ନଂ ୦୬୬୭୦ ୨୩୨୦୬୮ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ, ଦକ୍ଷିଣ ବନଖଣ୍ଡ ଡିଏଫଓ ବିଶ୍ୱନାଥ ନୀଳାମ୍ବର ଓ ଉତ୍ତର ବନଖଣ୍ଡ ଡିଏଫଓ ନୀତିଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe