ଧାନ ଅମଳ ସମୟରେ ଜଳିଗଲା ଟ୍ରାକ୍ଟର

Advertisment
ଧାନ ଅମଳ ସମୟରେ ଜଳିଗଲା ଟ୍ରାକ୍ଟର

ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ମାଣ୍ଡେଲ ଗ୍ରାମରେ ଧାନ ଅମଳ ସମୟରେ ଟ୍ରାକ୍ଟର ଜଳିଯାଇଛି। ସର୍ଟସର୍କିଟ ‌ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।

ପ୍ରକାଶ ଯେ, ନିକଟସ୍ଥ ଦହଲ ଗ୍ରାମର ଅଜିତ ନାଏକଙ୍କ ଟ୍ରାକ୍ଟର ଓ ଥ୍ରେସରକୁ ଭଡ଼ାରେ ଆଣି ଟୁକୁ ନାଏକ ତାଙ୍କ ଧାନ ଅମଳ କରୁଥିଲେ। ଏହି ସମୟରେ ଟ୍ରାକ୍ଟର ଇଞ୍ଜିନରେ ସର୍ଟସର୍କିଟ୍ ଯୋଗୁଁ ହଠାତ୍ ନିଆଁ ଲାଗିଯାଇଥିଲା। ପ୍ରଥମେ ଉପସ୍ଥିତ ଲୋକେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ବିଫଳ ହେବାରୁ ନର୍ଲା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ କେନ୍ଦ୍ରର ଓଆଇସି ତରଣୀସେନ ମିର୍ଦ୍ଧା ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଟ୍ରାକ୍ଟର ସମ୍ପୂର୍ଣ୍ଣ ଏବଂ ଥ୍ରେସର୍‌ର ଗୋଟିଏ ଚକା ଆଂଶିକ ପୋଡ଼ି ଯାଇଥିଲା। ଟ୍ରାକ୍ଟରରୁ ନିଆଁ ବ୍ୟାପିଯାଇ ଟୁକୁ ନାୟକ ଓ ଅଶୋକ ନାୟକଙ୍କ ପାଳଗଦା ଓ କିଛି ଧାନ ପୋଡ଼ିଥିବା ଦମକଳ ଓଆଇସି ଶ୍ରୀ ମିର୍ଦ୍ଧା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe