ଜୟପାଟଣା: କଳାହାଣ୍ଡିଜିଲ୍ଲା ଜୟପାଟଣା-ମୋଟେର ମୁଖ୍ୟ ରାସ୍ତାରୁ ବିଜମରା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ପର୍ଶ୍ଵରେ ଥିବା ସବ୍ ମାଇନର କେନାଲରୁ ଜରେ ଅଚିହ୍ନା ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର ହୋଇଛି। 

Advertisment

ସୂଚନା ଅନୁସାରେ ଜୟପାଟଣା-ମୋଟେର ମୁଖ୍ୟ ରାସ୍ତାରୁ ବିଜମରା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ପର୍ଶ୍ଵରେ ସ୍ଥାନୀୟ ଲୋକେ ଜଣେ ବ୍ୟକ୍ତିଙ୍କ ମୃତଦେହ ଓଲଟା ହେଇ ପଡିଥିବା ଦେଖିଥିଲେ। ତୁରନ୍ତ ଏନେଇ କଲମପୁର ପୁଲିସକୁ ସୂଚନା ଦିଆଯାଇଥିଲା।  କୁଟୃ ପୁଲିସ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ଘଟଣାସ୍ଥଳରେ  ପହଂଚି ମୃତଦେହକୁ ଉଦ୍ଧାର କରିଥିଲେ। କିନ୍ତୁ ଉକ୍ତ ମୃତଦେହଟି ଅଂଚଳ ଲୋକଙ୍କ ପାଇଁ ଅପରିଚିତ ଥିଲାI ପରବର୍ତ୍ତୀ ସମୟରେ କଲମପୁର ପୁଲିସ ଥାନା ଅଧିକାରୀ ବିଶମ୍ବର କହଁର ଘଟଣାସ୍ଥଳରେ ପହଂଚିବା ପରେ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରିବା ସହ ଶବର ପଂଚନାମା କରାଯାଇଥିଲା।

ଆହୁରି ପଢ଼ନ୍ତୁ: War Updates: ଇରାନର ଶକ୍ତି ଆଗରେ ଦୁର୍ବଳ ଆମେରିକା ! ପଦାରେ ପଡ଼ିଲା ସତ, ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ଉଠିଲା ପ୍ରଶ୍ନ...

ମୃତକଙ୍କ କୌଣସି ପରିଚୟ ମିଳିନଥିବାରୁ ମୃତଦେହ ସଂରକ୍ଷିର୍ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ କୁଟୁ ପୁଲିସ ଫାଣ୍ଡି ଅଧିକାରୀ ଶ୍ରୀ ପଣ୍ଡା ଦାୟିତ୍ଵ ନେଇଛନ୍ତି । ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ଲୋକଟି ମାନସୀକ ବିକୃତ ପୋଲିସ ସଂନ୍ଦେହ କରୁଛି।