Advertisment

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଶଗଡ଼ା ବନାଞ୍ଚଳ ଫରେଷ୍ଟର ଯୋଗେନ୍ଦ୍ର ମାଝୀ

Advertisment
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଶଗଡ଼ା ବନାଞ୍ଚଳ ଫରେଷ୍ଟର ଯୋଗେନ୍ଦ୍ର ମାଝୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଶଗଡ଼ା ବନାଞ୍ଚଳର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୨ ଲକ୍ଷ ଟଙ୍କା ନେଇ ଗାଁକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ ଗତକାଲି ରାତି ୧୦ଟାରେ ସମୟରେ ଶଗଡ଼ା ଫରେଷ୍ଟର୍‌ ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ଟଙ୍କା ଧରି ଏକ ବାଇକ୍‌ ଯୋଗେ ନିଜ ଗାଁକୁ ଯାଉଥିଲେ। ଏହି ସମୟର ପୂର୍ବରୁ ସୂଚନା ପାଇ ଭିଜିଲାନ୍ସ ବିଭାଗ ଭବାନୀପାଟଣା ସହରସ୍ଥିତ ଇରିଗେସନ୍‌ କଲୋନି ଛକ ନିକଟରେ ଛକି ରହିଥିଲା। ଫରେଷ୍ଟର ମାଝୀ ସେହି ବାଟରେ ଯାଉଥିବା ବେଳେ ତାଙ୍କୁ ଏହି ଛକରେ କାବୁ କରି ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାକୁ ନେଇ ତାଙ୍କୁ ଭିଜିଲାନ୍ସ ଅଟକ ରଖିଛି। ମାଝୀଙ୍କୁ ଏ ନେଇ ଜେରା ଚାଲିଛି।  ତାଙ୍କ ବରୋଧରେ ବିଭିନ୍ନ ସମୟରେ ଦୁର୍ନୀତି ଅଭିଯୋଗ ମଧ୍ୟ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe