ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୂର୍ବତନ ଜୁନିଅର ଆକାଉଣ୍ଟାଣ୍ଟ ଚାକିରିରୁ ବହିଷ୍କୃତ

www.google.com

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦର ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ  ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ମହାବୀର ପଡ଼ାରେ ଥିବା ତାଙ୍କ ୩ ମହଲା ବିଶି‌ଷ୍ଟ ବାସଭବନ, ପୌର କାର୍ଯ୍ୟାଳୟ ଓ ମାରୱାରିପଡ଼ାରେ ଥିବା ତାଙ୍କ ସଂପର୍କୀୟଙ୍କ ବାସଭବନ ସମେତ ଇରିଗେସନ କଲୋନୀରେ ଥିବା ସମୀର ଠାକୁରଙ୍କ ଶଶୁରଙ୍କର ଦୁଇ ମହଲା ବିଶିଷ୍ଟ ଘର ଆଦି ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ।

ଭିଜିଲାନ୍ସ ବିଭାଗର ୪ଟି ସ୍ୱତନ୍ତ୍ର ଟିମ ଏହି ଚଢ଼ାଉରେ ସାମିଲ ହୋଇଛି। ସମୀର ଠାକୁର ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଭବାନୀପାଟଣା ପୌର କାର୍ଯ୍ୟାଳୟରେ କାର୍ଯ୍ୟରତ ରହିଥିବା ବେଳେ ଆଜି ଭିଜିଲାନ୍ସ ବିଭାଗର ହାବୁଡ଼ରେ ପଡିଛନ୍ତି। ଚଢ଼ାଉ ପରେ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।

୫ ଜଣ ଡିଏସ୍‌ପି, ୬ ଜଣ ଇନ୍‌ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ମିଶି ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe