ମହିଳାଙ୍କ ଆତ୍ମହତ୍ୟା:ହତ୍ୟା ଅଭିଯୋଗ ଆଣିଲେ ବାପା

Advertisment
ମହିଳାଙ୍କ ଆତ୍ମହତ୍ୟା:ହତ୍ୟା ଅଭିଯୋଗ ଆଣିଲେ ବାପା

ଭବାନୀପାଟଣା/ଥୁଆମୂଳ ରାମପୁର: ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୋଷ୍ଟିଗୁଡା ଗ୍ରାମର ଏକ ଆମ୍ବ ଗଛରେ ଜଣେ ମହିଳା ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଝିଅକୁ ହତ୍ୟା କରାଯାଇଛି କିମ୍ବା ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ବୋଲି ତାଙ୍କ ବାପା ଥୁଆମୂଳ ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପୋଷ୍ଟିଗୁଡା ଗ୍ରାମର କାମରୁ ମାଝୀଙ୍କ ସ୍ତ୍ରୀ ଚାଉଳଦେଇ ମାଝୀ(୨୫) ଗାଁରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ବ୍ରାହ୍ମଣୀଝର ପାହାଡ଼ରେ ଥିବା ଏକ ଆମ୍ବ ଗଛରେ ନିଜ ଶାଢ଼ିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାପା ଝୁଡୁଙ୍ଗା ମାଝୀ ବ୍ରାହ୍ମଣୀଝର ପାହାଡ଼କୁ ଶୌଚ ପାଇଁ ଯାଉଥିବାବେଳେ ଝିଅ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ପରେ ସେ ଝିଅକୁ ହତ୍ୟା କରାଯାଇଛି ନା କୌଣସି କାରଣରୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ସେନେଇ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ଥୁଆମୂଳ ରାମପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସଠିକ କଥା ଜଣା ପଡିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe