123rf.com
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ଥାନା ଅଧମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଟ୍ରାନ୍ସଫର୍ମରରେ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ୨୩ ବର୍ଷିୟ ଲକ୍ଷ୍ମଣ ବାଗ। ଟାଟା ପାୱାରର ବେପରୁଆ କାମ ଯୋଗୁ ଯୁବକଙ୍କର ମୃତ୍ୟୁ ହେଲା ବୋଲି ଅଭିଯୋଗ କରି ଗ୍ରାମବାସୀ ଓ ପରିବାର ଲୋକେ ବରଗଡ଼-ବୋରିଗୁମା ଜାତୀୟ ରାଜପଥ-୨୬ ଓ ଦେପୁର-ମାଇନିଙ୍ଗ ରାସ୍ତା ପଷ୍ଟିକୁଡି ଛକରେ ରାସ୍ତା ଅବରୋଧ କରିଛନ୍ତି।
ଟ୍ରାନ୍ସଫର୍ମର ରାସ୍ତା ଉପରେ ବସିଥିବା ହେତୁ ଲକ୍ଷ୍ମଣ ବାଗଙ୍କ ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଟ୍ରାନ୍ସଫର୍ମର ଘୁଞ୍ଚାଇବା ପାଇଁ ବହୁ ଦିନରୁ ଗ୍ରାମବାସୀ ଦାବି କରି ଆସୁଥିଲେ।ହେଲେ କର୍ତ୍ତୃପକ୍ଷ ଶୁଣୁ ନ ଥିବା କୁହାଯାଉଛି।
Follow Us