ବାଇକରୁ ପଡ଼ି ଯୁବକଙ୍କର ମୃତ୍ୟୁ! ପୁଲିସର ତଦନ୍ତ ଆରମ୍ଭ

Advertisment
ବାଇକରୁ ପଡ଼ି ଯୁବକଙ୍କର ମୃତ୍ୟୁ! ପୁଲିସର ତଦନ୍ତ ଆରମ୍ଭ

କୋକସରା: ବାଇକରୁ ପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳାରୁ ବଡ଼ ପୋଡ଼ାଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାର ବାଞ୍ଜିବାହାଲ ନିକଟରେ ଗତକାଲି ରାତିରେ ବାଇକରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ଶବ ଚାଷ ଜମିରେ ପଡ଼ିରହିଥିବା ବେଳେ ନିକଟରେ ତାଙ୍କ ବାଇକ ମଧ୍ୟ ରହିଛି। ତେବେ ଏହା ଦୁର୍ଘଟଣାଜନିତ ମୃତ୍ୟୁ ନା ଏହାପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ।

ମୃତ ଯୁବକ ହେଲେ ଆମପାଣି ପଞ୍ଚାୟତ ଡୁମେରବାହାଲ ଗ୍ରାମର ଭାସ୍କର ମାଝୀ। ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଦେଖିବା ପରେ  ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe