ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

Twitter

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମ.ରାମପୁର - ଭବାନୀପାଟଣା ରାସ୍ତା ବୁରାଟ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ପ୍ରାପ୍ତ ସୂଚନା ମୁତାବକ ମ.ରାମପୁର ବ୍ଲକ୍ ଅନ୍ତର୍ଗତ ପଣ୍ଡାକାମାଳ ପଞ୍ଚାୟତ ଆମ୍ବ ଗାଆଁ ବାବୁପଡ଼ାର ପ୍ରତାପ ମହାକୁଡଙ୍କ ପୁତ୍ର ବଣ୍ଟି ମହାକୁଡ (୨୨) କୌଣସି ଏକ କାମରେ ବାଇକ ଯୋଗେ ବୁରାଟ ଆଡ଼କୁ ଯାଇଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହେଇଥିବା ଜଣା ଯାଇଛି।

ରାସ୍ତାକଡ଼ରେ ବାଇକ୍ ପଡ଼ିଥିବା ବେଳେ ମୃତକ ଜଣକ ରାସ୍ତା ଉପରେ ପଡ଼ିଥିଲେ। ପରେ କିଛି ଲୋକେ ଏହା ଦେଖି ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ ହେଁ ଡାକ୍ତର ସେଠ।ରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ମୃତକଙ୍କ ପରିବାର ଲୋକେ ହତ୍ୟା ସନ୍ଦେହ କରି ଅଭିଯୋଗ ଆଣିଛନ୍ତି। ବଣ୍ଟିକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ବଣ୍ଟି ବ୍ୟବହାର କରୁଥିବା ମୋବାଇଲ ଫୋନ ଜଣେ ବ୍ୟକ୍ତିଙ୍କ ପାଖରୁ ମିଳିଥିଲା। ତେଣୁ ସନ୍ଦେହରେ ତାଙ୍କୁ ପୁଲିସ ହେପାଜତରେ ରଖାଯାଇଛି। ଏବେ ଶବବ୍ୟବଚ୍ଛେଦ ଚାଲିଛି। ଏହାପରେ ଶବକୁ ପରିବାକୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe