ମାଲକାନଗିରି: ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପୋଲ ବୁଡ଼ି ପାଣି ଚାଲୁଥିବାର ମାଲକାନଗିରି- କାଲିମେଳା ବିଛିନ୍ନ ହୋଇପଡ଼ିଥିବା ବେଳେ କାଲିମେଳା- ପଡ଼ିଆ ମଧ୍ୟରେ ଯୋଗାଯେଗ ବିଛିନ୍ନ ହୋଇପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି- କାଲିମେଳା ମଧ୍ୟରେ ଥିବା ଟାଙ୍ଗରୁକଣ୍ଡା ପୋଲ ଉପରେ ୩ ଫୁଟର ପାଣି ହୋଇଯାଇଥିବା ବେଳେ କାଲିମେଳା- ପଡ଼ିଆ ମଧ୍ୟରେ ଥିବା କନ୍ୟାଶ୍ରମ ପୋଲ ଉପରେ ୪ ଫୁଟ୍ର ପାଣି ପ୍ରବାହିତ ହଉଛି। ତେଣୁ ଉଭୟ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us