କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୫ ବର୍ଷ

Advertisment
କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୫ ବର୍ଷ

ଦାନଗଦୀ: ଯାଜପୁର ଜିଲ୍ଲା କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ୧୫ ବର୍ଷ ପୂରିଯାଇଛି। ଏହି ଘଟଣାର ସ୍ମୃତିଚାରଣ ପାଇଁ ଆଜି ଉଭୟ ବିସ୍ଥାପନ ବିରୋଧୀ ଜନମଞ୍ଚ ଓ ବିସ୍ଥାପିତ ଉନ୍ନୟନ ପରିଷଦ ପକ୍ଷରୁ ମିଳିତ ଭାବେ ସଭା କରାଯାଇଥିଲା। କରୋନା କଟକଣା ଯୋଗୁଁ ଆଜି ଶୋଭାଯାତ୍ରା ହୋଇ ନଥିଲା। ଗୁଳିକାଣ୍ଡସ୍ଥଳ ଚମ୍ପାକୋଇଲା ଠାରେ ସମସ୍ତେ ଏକାଠି ହୋଇ ପୂଜାର୍ଚ୍ଚନା ପରେ ଆମ୍ବଗଡ଼ିଆସ୍ଥିତ ବୀରଭୂମି ଠାରେ ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

publive-image

ଟାଟା କାରଖାନାର ପାଚେରି ନିର୍ମାଣ ପାଇଁ ଜମି ଅଧିଗ୍ରହଣକୁ ନେଇ ୨୦୦୬ ଜାନୁଆରି ୨ତାରିଖରେ ଆଦିବାସୀ ଓ ପୁଲିସ ସଂଘର୍ଷ ହୋଇଥିଲା। ସେତେବେଳେ ପୁଲିସ ଗୁଳିରେ ୧୩ଜଣ ଆଦିବାସୀ ଟଳି ପଡ଼ିଥିଲେ। ଏଭଳି ଦଃଖଦାୟକ ଘଟଣାର ସ୍ମୃତିଚାରଣ କରିବା ସହିତ ପ୍ରତିବାଦ କରିବା ପାଇଁ ପ୍ରତିବ‌ର୍ଷ ଏହି ଦିନରେ ସହିଦ ଦିବସ ପାଳିତ ହୋଇଆସିଛି। ଆଜି ଆମ୍ବଗଡ଼ିଆ ବୀରଭୂମିରେ ଆଦିବାସୀଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ବିସ୍ଥାପନ ବିରୋଧୀ ଜନମଞ୍ଚର ସଭାପତି ଅମର ସିଂହ ବାନରାଙ୍କ ସଭାପତିତ୍ବରେ ସହିଦ ଦିବସ ଅନୁଷ୍ଠିତ ‌ହୋଇଥିଲା। ଆଦିବାସୀମାନଙ୍କୁ ଟାଟା କମ୍ପାନି ଠକିଥିବା ବେଳେ ଦୀର୍ଘ ୧୫ ବର୍ଷ ହେଲା ବିସ୍ଥାପିତଙ୍କୁ ଚାକିରି ମିଳିନି କିମ୍ବା ଘରଡିହପଟ୍ଟା ମଧ୍ୟ ମିଳିନାହିଁ ବୋଲି ଅଭିଯୋଗ କରାଯାଇଥିଲା। ଯାହା ବି ମିଳିଛି ସବୁ ଲିଜ୍ ପଟ୍ଟା ବୋଲି ଆଦିବାସୀ ନେତା ଚକ୍ରଧର ଆଲଦା ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe