ପ୍ରଚଣ୍ଡ ରୌଦ୍ରତାପରେ ରାସ୍ତାରେ ଯାତାୟତ ଯାତ୍ରୀଙ୍କୁ ଲେମ୍ବୁ-ମିଶ୍ରି ପଣା ବଣ୍ଟନ କଲା କଳିଙ୍ଗା ଯୁବକ ସଙ୍ଘ

ପ୍ରଚଣ୍ଡ ରୌଦ୍ରତାପରେ ରାସ୍ତାରେ ଯାତାୟତ ଯାତ୍ରୀଙ୍କୁ ଲେମ୍ବୁ-ମିଶ୍ରି ପଣା ବଣ୍ଟନ କଲା କଳିଙ୍ଗା ଯୁବକ ସଙ୍ଘ

ଘୁ.ଉଦୟଗିରି: ଦିନକୁ ଦିନ ତାତି ବଢୁଛି। ପ୍ରଚଣ୍ଡ ରୌଦ୍ରତାପ ରେ ସାଧାରଣ ଲୋକ କଲବଲ ହେଉଥିବା ବେଳେ ରାସ୍ତାରେ ଯାତାୟତ ସମୟରେ ଟୋପେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଯୁବକ ସଙ୍ଘର ଯୁବକମାନେ ନିଜସ୍ୱ ଉଦ୍ୟମରେ ଲେମ୍ବୁ, ମିଶ୍ରି, ଭୂସୀ, ସିଆସିଡ ଭଳି ରୌଦ୍ରତାପରୁ ମୁକ୍ତି ଦେଉଥିବା ଥଣ୍ଡା ପାନୀୟ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀଙ୍କୁ ବଣ୍ଟନ କରି ଯୁବ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଯେଉଁଠି ପ୍ରଶାସନ କିମ୍ବା ଲୋକ ପ୍ରତିନିଧିମାନେ ସାମାନ୍ୟ ଟୋପାଏ ପିଇବା ପାଣି ଯୋଗେଇବାରେ ବିଫଳ ହେଉଛନ୍ତି ସେଠି ଆଜିର ଯୁବ ଗୋଷ୍ଠୀ ନିଜସ୍ୱ ଉଦ୍ୟମ ନିଜ ନିଜ ପକେଟରୁ କିଛି କିଛି ଦେଇ ନିଜେ ପଣା ପ୍ରସ୍ତୁତ କରି ବଣ୍ଟନ କରିଛନ୍ତି। କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ହେଉଛି କଳିଙ୍ଗା। କଳିଙ୍ଗା ଦେଇ ପ୍ରତ୍ୟକ ଦିନ ଶହଶହ ଗାଡ଼ି ମଟର ଚଳାଚଳ କରୁଥିବା ବେଳେ ବହୁ ପର୍ଯ୍ୟଟକ ଆସିଥାନ୍ତି। ବର୍ତ୍ତମାନ ଗ୍ରୀଷ୍ମ ଋତୁକୁ କଳିଙ୍ଗା ଘାଟିରେ ବିନାଗ୍ନି ତାତି କୁ ଦ୍ୱିଗୁଣିତ କରିଥିବା ବେଳେ କଳିଙ୍ଗା ଯୁବକ ସଙ୍ଘ ଅଣ୍ଟା ଭିଡି ପଣା ବଣ୍ଟନ କରୁଥିବା ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି। ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀବାହୀ ବସକୁ ଅଟକେଇ ବସ୍‌ର ସମସ୍ତ କର୍ମଚାରୀ ଏବଂ ଯାତ୍ରୀଙ୍କୁ ପଣା ବଣ୍ଟନ କରିବା ସହ ସମସ୍ତ ଯାତାୟତ କରୁଥିବା ଯାତ୍ରୀଙ୍କୁ ପଣା ପିଆଇ ମନ ଜିଣିଛନ୍ତି କଳିଙ୍ଗା ଯୁବକ ସଂଘର ସଦସ୍ୟ ମାନେ।

ଏହି କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲେ ଯୁବ ସମାଜସେବୀ ଅମନ ଚନ୍ଦ୍ର ନାୟକ, ଯାହାକୁ ଆଜି ଯୁବକ ସଂଘର ସଦସ୍ୟମାନେ ଅକ୍ଲାନ୍ତ ପରିଶ୍ରମ କରି ସାକାର କରିଛନ୍ତି।ଯୁବକ ସଙ୍ଘର ଲକ୍ଷ୍ମୀକାନ୍ତ ପ୍ରଧାନ, ସନ୍ତୋଷ ଚୌଧୁରୀଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି ମହତ କାର୍ଯ୍ୟକ୍ରମ ପାଇଁ ବହୁ ଯୁବକ, ଅଞ୍ଚଳର ବୁଦ୍ଧିଜୀବୀ ଏବଂ ସମାଜସେବୀ ଆର୍ଥିକ ସହଯୋଗର ହାତ ବଢ଼େଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe