କାଳୀପୂଜା ଉତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

କାଳୀପୂଜା ଉତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ରାୟଗଡ଼ା: ସ୍ଥାନୀୟ ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ୪୧ ତମ କାଳୀପୂଜା ଉତ୍ସବ ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ବ୍ଲକ କଲୋନିସ୍ଥିତ କାଳୀ ମନ୍ଦିରରେ ମଙ୍ଗଳବାର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ଶୁଭ ଖୁଣ୍ଟି ସ୍ଥାପନ ବେଳେ ସହ କର୍ତ୍ତା ଭାବେ ସନ୍ତୋଷ ରଥ ଉପସ୍ଥିତ ଥିଲେ।ଶୁଭଖୁଂଟି ସ୍ଥାପନ ପରେ ଆଜ୍ଞାମାଳ ନିମନ୍ତେ ପାଇକପଡ଼ାସ୍ଥିତ ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର ଅଭିମୁଖେ ସହ କର୍ତ୍ତାଙ୍କ ସହ ସଦସ୍ୟମାନେ ବାହାରିଥିଲେ। ପାଇକପଡାସ୍ଥିତ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଅଣାଯାଇ ମୂର୍ତ୍ତି କାରିଗର ବିନୋଦ ବେହେରାଙ୍କ ତତ୍ୱାବଧାନରେ ମା’ କାଳୀଙ୍କର ମୃଣମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଶୁଭଖୁଣ୍ଟି ସ୍ଥାପନ ସମୟରେ ସଭାପତି ଦିଲୀପ ପଟ୍ଟନାୟକ, ଉପସଭାପତି ଶିବାଜୀ ଦାସ, ସାଧାରଣ ସଂପାଦକ ଶିବ ପଟ୍ଟନାୟକ, ସଂପାଦକ ସଂଗ୍ରାମ ପଟ୍ଟନାୟକ, କୋଷାଧ୍ୟକ୍ଷ ଗୌରି ପଟ୍ଟନାୟକ, ସଭ୍ୟ ପ୍ରସନ୍ନ କୁମାର ରାଓ, ନୀଳମାଧବ ପାଢୀ, ସୁନୀଲ କୁମାର ପାଣିଗ୍ରାହୀ, ମଦନ ମୁନ୍ନଚେଟି, ଦୀପକ କୁମାର ଗୌଡ଼, ଅନିଲ ବିଶ୍ୱାଳ, ରବୀନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ନଭେମ୍ବର ୧୨ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ମା’ ଦକ୍ଷିଣ କାଳୀଙ୍କ ଦଶମହାବିଦ୍ୟା ପୂଜାର୍ଚ୍ଚନା ହେବ। ମା’ଙ୍କ ଦର୍ଶନ କରି ମାତୃକୃପା ଲାଭ କରିବା ନିମନ୍ତେ ରାୟଗଡ଼ାର ଜନସାଧାରଣଙ୍କୁ ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନର ସାଧାରଣ ସଂପାଦକ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe