କଲୁଙ୍ଗା ରେଳ ଦୁର୍ଘଟଣା ବନ୍ଦ ଫାଟକ ପାରିହେବା ଘାତକ ହେଲା

ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ମୃତ୍ୟୁବରଣ କରିଥିବା ଦୁଇ ଯୁବକଙ୍କ ପରିଚୟ ମିଳିଛି। ସେମାନେ ହେଲେ ହିମାଚଳପ୍ରଦେଶର ପଙ୍କଜ ଶର୍ମା ଏବଂ ବିହାର ମୁଜାଫରପୁରର ଲଳିତ କୁମାର । ବୁଧବାର ରେଳବାଇ ପୁଲିସ ମୃତ ପଙ୍କଜର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି...

WhatsApp Image 2024-12-18 at 11.07.56 PM

Kalunga railway accident Photograph: (Sambad.in)

ରାଉରକେଲା: ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ମୃତ୍ୟୁବରଣ କରିଥିବା ଦୁଇ ଯୁବକଙ୍କ ପରିଚୟ ମିଳିଛି। ସେମାନେ ହେଲେ ହିମାଚଳପ୍ରଦେଶର ପଙ୍କଜ ଶର୍ମା (୩୪) ଏବଂ ବିହାର ମୁଜାଫରପୁରର ଲଳିତ କୁମାର (୨୬)। ବୁଧବାର ରେଳବାଇ ପୁଲିସ ମୃତ ପଙ୍କଜର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକ ରାଉର‌କେଲାରେ ପହଞ୍ଚି ନ ଥିବାରୁ ଲଳିତର ଶବକୁ ଆର୍‌ଜିଏଚ୍‌ ମର୍ଗରେ ରଖାଯାଇଛି ବୋଲି ରେଳବାଇ ପୁଲିସ କହିଛି।

ପୁଲିସ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ତିନି ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମଙ୍ଗଳବାର ରାତିରେ ବନ୍ଦ ଫାଟକରେ ଗଳି ଯାଉଥିବାବେଳେ ଝାରସୁଗୁଡାରୁ ରାଉରକେଲା ଦିଗରେ ଆସୁଥିବା ୦୭୦୦୫ ନମ୍ବର ବିଶିଷ୍ଟ ସିକନ୍ଦରାବାଦ-ରକ୍ସଲ୍‌ ସ୍ପେସାଲ୍‌ ଫେୟାର୍‌ ଏକ୍ସପ୍ରେସ୍‌ ତିନି ବାଇକ୍‌ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପଙ୍କଜଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଲଳିତଙ୍କୁ ଆର୍‌ଜିଏଚ୍‌ ଅଣାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ଗୁରୁତର ଏକ ଘରୋଇ ହସ୍ପିଟାଲ ଚିକିତ୍ସିତ ହେଉଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ପଙ୍କଜ କଲୁଙ୍ଗା ଶିଳ୍ପାଞ୍ଚଳର ପେପର ରୋଲିଂ ମିଲ୍‌ରେ କାମ କରୁଥିଲେ। ଲଳିତ ବଜରଙ୍ଗ ଷ୍ଟିଲରେ କାମ କରୁଥିଲେ।

ସେମାନେ କଲୁଙ୍ଗା ଫାଟକ ନିକଟସ୍ଥ ବସ୍ତିରେ ରହୁଥିଲେ। ପ୍ରତିଦିନ ପରି ଦୁହେଁ ସକାଳ ୮ଟାରେ କାରଖାନାକୁ ଡ୍ୟୁଟି ଯାଇଥିଲେ। ପଙ୍କଜ ଡ୍ୟୁଟି ସରିବାପରେ ରାତି ରାତିରେ ନିଜର ସାଙ୍ଗଙ୍କ ସହ କାରଖାନାରୁ ଘରକୁ ଫେରୁଥିଲେ।

ଲଳିତ କଲୁଙ୍ଗା ମାର୍କେଟରୁ ନିଜ ସାଙ୍ଗ ପାଇଁ ରାତି ଖାଇବା ନେଇ ଯାଉଥିଲେ। ରାତି ପ୍ରାୟ ସାଢ଼େ ୮ଟାବେଳେ ପଙ୍କଜ ଓ ତାଙ୍କ ବନ୍ଧୁ ଏବଂ ଲଳିତ କଲୁଙ୍ଗା ଷ୍ଟେସନ ନିକଟ ରେଳଫାଟକରେ ପହଞ୍ଚିଥିଲେ।

ଟ୍ରେନ୍‌ ଆସୁଥିବାରୁ ସେହିସମୟରେ ରେଳଫାଟକ ପଡ଼ିଥିଲା। ସେମାନେ ଅପେକ୍ଷା ନ କରି ବନ୍ଦପଡ଼ିଥିବା ଫାଟକ ତଳୁ ଗଳି ରେଳଲାଇନ ପାରି ହେଉଥିଲେ।

ସେହି ସମୟରେ ରାଉରକେଲା ପଟୁ ଝାରସୁଗୁଡ଼ା ଅଭିମୁଖେ ଏକ ମାଲବାହୀ ଗାଡ଼ି ଯାଉଥିଲା। ଏତିକିବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ରକ୍ସଲ (ଦରଭଙ୍ଗା) ଏକ୍ସପ୍ରେସ୍‌ ୩ଟି ଯାକ ବାଇକ୍‌କୁ ଧକ୍କା ଦେଇଥିଲା।

ଅଧିକ ପଢ଼ନ୍ତୁ: ଅସୁରଘାଟୀକୁ ପ୍ରର୍ଯ୍ୟଟନସ୍ଥଳୀର ମାନ୍ୟତା କେବେ ମିଳିବ?

୩ ଜଣ ବାଇକ୍‌ସହ କିଛିବାଟ ଘୋଷାଡ଼ି ହେବାପରେ ଛିଟ୍‌କି ପଡ଼ିଥିଲେ। ଘଟଣାସ୍ଥଳରେ ପଙ୍କଜଙ୍କ ମୃତ୍ୟୁ ‌ହୋଇଯାଇଥିଲା। ଲଳିତ ଏବଂ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଆର୍‌ଜିଏଚ୍‌ ପଠାଯାଇଥିଲା। ବାଟରେ ଲଳିତଙ୍କ ମୃତ୍ୟୁ ହୋଇଥିଲା।

ଅଧିକ ପଢ଼ନ୍ତୁ: ବିପୁଳ ପରିମାଣର ଗଞ୍ଜେଇ ଜବତ ଦୁଇ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe