ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ମାଲକାନଗିରି ଗସ୍ତ, କଲ୍ୟାଣ ମଣ୍ଡପ ଉଦଘାଟନ

Advertisment

ଉନ୍ନୟନ ସମୀକ୍ଷା ବୈଠକରେ ଯୋଗ ଦେଲେ

ଉନ୍ନୟନ ସମୀକ୍ଷା ବୈଠକରେ ଯୋଗ ଦେଲେ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ମାଲକାନଗିରି ଗସ୍ତ, କଲ୍ୟାଣ ମଣ୍ଡପ ଉଦଘାଟନ

Sambad

ମାଲକାନଗିରି: ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଆଜି ମାଲକାନଗିରି ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମାଲକାନଗିରି ସହର ମହକୁମାରେ ନୂତନ ଭାବେ ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପକୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଏବଂ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦାଶରଥୀ ପଡିଆମି, ଜିଲ୍ଲାପାଳ ଵାଇ. ବିଜୟ, ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦ୍‌ଘା‌ଟନ କରିଥିଲେ।

ପରେ ଶ୍ରୀ ବର୍ମା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭା ଗୃହରେ ଉନ୍ନୟନ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଵାଇ. ବିଜୟ ସଭାପତିତ୍ବ କରିଥିବା ବେଳେ ପିଡି, ଡିଆରଜିଏ ବାଳ ମୁକୁନ୍ଦ ଭୂୟାଁ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ପାନୀୟ ଜଳ, ବିଦ୍ୟୁତ, ରାସ୍ତାଘାଟ ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ବିଷୟରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe