କଲ୍ୟାଣୀଙ୍କ ନିକଟକୁ ବଢ଼ିଲା ସହଯୋଗର ହାତ

Advertisment

ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ଓ ୟୁଥ ଫର ଚେଞ୍ଜର ଆର୍ଥିକ ସହାୟତା

ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ଓ ୟୁଥ ଫର ଚେଞ୍ଜର ଆର୍ଥିକ ସହାୟତା

କଲ୍ୟାଣୀଙ୍କ ନିକଟକୁ ବଢ଼ିଲା ସହଯୋଗର ହାତ

ଜଗତସିଂହପୁର ଟାଉନ: ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତର କଲ୍ୟାଣୀ ବାରିକଙ୍କ ଦୁଃଖ ଯନ୍ତ୍ରଣାର ବେଦନା ଭରା କାହାଣୀ ସମ୍ବାଦରେ ପ୍ରକାଶ ପାଇବା ପରେ ସହ ଯୋଗର ହାତ ବଢ଼।ଇଛନ୍ତି କିଛି ସ୍ବେଛାସେବୀ ସଂଗଠନ। ଦୀପ।ବଳୀରେ କଲ୍ୟାଣୀଙ୍କ ପରିବାରରେ କିଞ୍ଚିତ ହସ ଫୁଟାଇ ବାରେ ସମର୍ଥ ହୋଇଛନ୍ତି। ଜଗତସିଂହପୁର ଜ଼ିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ଓ ଜଗତସିଂହପୁରର ଯୁବ ସଂଗଠନ ୟୁଥ ଫର ଚେଞ୍ଜର ସଦସ୍ୟମାନେ କଲ୍ୟାଣିଙ୍କୁ ସହଯୋଗର ହାତ ବଢ଼ିଛନ୍ତି। ସୂଚନା ଯୋଗ୍ୟ କି, କଲ୍ୟାଣୀ କିଛି ବର୍ଷ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଅଚଳ ହୋଇ ପଡିଛନ୍ତି | ସ୍ନାୟବିକ ରୋଗ କାରଣରୁ ସିଧା ହୋଇ ଠିଆ ହୋଇପାରୁନାହାନ୍ତି | ଦିନ ରାତି ଖଟ ଉପରେ କାଟୁଛି। ସ୍ୱାମୀ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର। କରୋନା କୌଳିକ ବୃତ୍ତିକୁ ଛଡାଇ ନେଇଛି । ନିଜର ଜମିବାଡ଼ି କିଛି ନଥିବା ରୁ ସେ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି |

ଏବେ ଭଙ୍ଗା ଚାଳ ଘର ବାରଣ୍ଡାରେ ପାନ ବିକ୍ରି କରୁଛନ୍ତି। ଅଭାବୀ ତେଲ ଲୁଣ ସଂସାରରେ ସ୍ତ୍ରୀଙ୍କର ଔଷଧ ଖର୍ଚ୍ଚ କରିବା ତାଙ୍କ ଲାଗି ବୋଝ ଉପରେ ନଳିତା ବିଡା ସଦୃଶ | ତିନି ପୁଅ ବେରୋଜଗାରୀ । ଏଭଳି ପରିସ୍ଥିତିରେ କେମିତି ଔଷଧ ଦେବେ ତାକୁ ନେଇ ଚିନ୍ତା ବଢ଼ିଛି। ସମ୍ବାଦ ରୁ ପଢି ପ୍ରଥମେ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତି, ମୁଖ୍ୟ ସଂଯୋଜକ ଓ କୋଷାଧକ୍ଷ ବିବେକାନନ୍ଦ ମହାନ୍ତି, ଉପ-ସଚିବ ବିପିନ କୁମାର ସାହୁ, ଉପ-କୋଷାଧକ୍ଷ ଉତ୍ତମ କୁମାର ଦାସ, ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ, ସଚିଦ୍ର ଦାସ କଲ୍ୟାଣୀଙ୍କ ଘରେ ପହଂଚି ତାଙ୍କୁ ୮୦୦୦ ଟଙ୍କା ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

publive-image

ତେବେ ଦୀପାବଳି ସନ୍ଧ୍ୟାରେ ଜଗତସିଂହପୁର ୟୁଥ ଫର ଚେଞ୍ଜର କର୍ମକର୍ତ୍ତା ମାନେ ଦୀପାବଳିରେ ନିଜ ପାଇଁ ନୂଆ ବସ୍ତ୍ର ନ କିଣି ୫୦୦୦ ଟଙ୍କ।ର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସଦସ୍ୟ କାଳିକୀଙ୍କର ମହାନ୍ତି ଓ ଆଦିତ୍ୟ ମହାନ୍ତି ଅର୍ଥ ରାଶି ପ୍ରଦାନ କରିଥିଲେ। ଏଥିସହ କଲ୍ୟାଣିଙ୍କ ଘରେ ଦୀପ ଜାଳିଥିଲେ । ଏହାପରେ ମା ଶାରଳାଙ୍କ ନିକଟରେ ଆରୋଗ୍ୟ କାମନା ପାଇଁ ସଦସ୍ୟ ମାନେ ଦୀପଦାନ କରିଥିଲେ। ତେବେ ଅସୁବିଧା ସମୟରେ ସହଯୋଗ ପାଇଁ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ଓ ୟୁଥ ଫର ଚେଞ୍ଜର ସଦସ୍ୟ ମାନଙ୍କୁ ପରିବାର କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe