ଢେଙ୍କାନାଳ: ବାତ୍ୟା ପାଇଁ ଗର୍ଭବତୀଙ୍କୁ ମେଡ଼ିକାଲରେ ଭର୍ତ୍ତି

ଢେଙ୍କାନାଳ: ବାତ୍ୟା ପାଇଁ ଗର୍ଭବତୀଙ୍କୁ ମେଡ଼ିକାଲରେ ଭର୍ତ୍ତି

କାମାକ୍ଷାନଗର: ସାମୁଦ୍ରିକ ଝଡ଼ ‘ଫନି’ ଯେତିକି ପାଖେଇ ଆସୁଛି ପ୍ରଶାସନ ସେତିକି ତତ୍ପର ହୋଇ ଓଠିଛି। ବାତ୍ୟା ସ୍ଥଳ ଭାଗ ଛୁଇଁବା ଆଶଙ୍କା ଥିବାରୁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଂଚଳରେ କୌଣସି ଗର୍ଭବତୀ ଯେଉଁଭଳି ହଇରାଣ ନହୁଅନ୍ତି ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୨୦ ଜଣ ଗର୍ଭବତୀଙ୍କୁ ଆମ୍ବୁଲାନ୍‌ସ ଜରିଆରେ ଅଣାଯାଇ ଡାକ୍ତର ଖାନାରେ ରଖା ଯାଇଛି।

ଡାକ୍ତର ଖାନା ପକ୍ଷରୁ ତାଙ୍କର ଯତ୍ନ ନିଆଯିବ ସହ ବିଭିନ୍ନ ଚିକିତ୍ସା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛ। ଏନେଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ରତ୍ନାକର ସମାଲ କୁହନ୍ତି, ଯେଉଁ ଗର୍ଭବତୀ ମହିଳାଙ୍କର ଆନୁମାନିକ ପିଲା ଜନ୍ମ ତାରିଖ ଆଗାମୀ ସାତଦିନ ଭିତରେ ଅଛି ସେମାନେ ବାତ୍ୟା ସମୟରେ ଯେଭଳି ଅସୁବିଧା ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସେମାନଙ୍କୁ ବୁଝାସୁଝା କରାଯାଇ ନିରାପତ୍ତା ଦୃଷ୍ଟିରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେବଳ ଉପଖଣ୍ଡରେ ନୁହେଁ ବରଂ କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସେମାନଙ୍କୁ ଅଣାଯାଇ ରଖା ଯାଉଛି। ବାତ୍ୟା ନସରିବା ଯାଏ ଏହି ପ୍ରକ୍ରିୟା ଜାରିରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe