କାମ୍ପା ଯୋଜନାରେ ବୃକ୍ଷ ରୋପଣରେ ଦୁର୍ନୀତି ଅଭିଯୋଗ, ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ

Kalinga TV

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ନର୍ଲା ବ୍ଲକର ଚିପୁଲ ସଂରକ୍ଷିତ ଜଙ୍ଗଲରେ କାମ୍ପା ଯୋଜନାରେ ବୃକ୍ଷ ରୋପଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ହେବାପରେ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକର ଚିପୁଲ ସଂରକ୍ଷିତ ଜଙ୍ଗଲରେ ୨୦୧୫-୧୬ ମସିହା ଓ ୨୦୧୬-୧୭ ମସିହାରେ କାମ୍ପା ଯୋଜନାରେ ବୃକ୍ଷରୋପଣ ହୋଇଥିଲା । ଏଠାରେ ୧୧୪୦ ହେକ୍ଟର ଅଞ୍ଚଳରେ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବନୀକରଣ ରେ ଖର୍ଚ୍ଚ ହୋଇଥିଲା । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସମ୍ବାଦରେ ମଧ୍ୟ ଏହି ଉପରେ ଖବର ପ୍ରକାଶିତ ହୋଇଥିଲା ।
ଲୋକୟୁକ୍ତରେ ଏନେଇ ଅଭିଯୋଗ ହେବା ପରେ  କଳାହାଣ୍ଡି ଭିଜିଲାନ୍ସ ବିଭାଗକୁ ଏହାର ତଦନ୍ତ ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱରେ ଚିପୁଲ ସଂରକ୍ଷିତ ଜଙ୍ଗଲ କୁ ଯାଇ ବୃକ୍ଷ ରୋପଣ ଦୁର୍ନୀତିର ତଦନ୍ତ ଆରମ୍ଭ କରିଛନ୍ତି । ଏହି ତଦନ୍ତ ଟିମରେ ସହଯୋଗ ପାଇଁ ଜୟପୁର ଡିଭିଜନ ର ଏସଇଏଫ ପ୍ରଫୁଲ୍ଲ ମଣ୍ଡଳ, ଦକ୍ଷିଣ ବନଖଣ୍ଡ ର କର୍ମଚାରୀ ଗଛ ଗଣିବା ଆରମ୍ଭ କରିଛନ୍ତି । ଏହି ତଦନ୍ତ ପ୍ରାୟ ଏକ ସପ୍ତାହ ଧରି ଚାଲିବ ବୋଲି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe