ଜନଶୁଣାଣିକୁ ୫ ମାସ ପୂରିଲା, କଂସାରିଗୁଡ଼ା ରିଫାଇନେରୀ ୟୁନିଟ୍ କେବେ?

Advertisment

ପ୍ରକଳ୍ପ ଅନୁମୋଦନରେ ବିଳମ୍ବ କରୁଛି ଓଡ଼ିଶା, ସପ୍ତଗିରିଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ଖଣି ମନ୍ତ୍ରୀ

ପ୍ରକଳ୍ପ ଅନୁମୋଦନରେ ବିଳମ୍ବ କରୁଛି ଓଡ଼ିଶା, ସପ୍ତଗିରିଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ଖଣି ମନ୍ତ୍ରୀ

କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ ଆରମ୍ଭ କରିବାକୁ ସଂସଦରେ ସାଂସଦ ପୁଣି କଲେ ପ୍ରଶ୍ନ

ରାୟଗଡ଼ା : କଂସାରିଗୁଡା ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ପାଇଁ ଓଡ଼ିଶାରୁ ମିଳିନି ଅନୁମୋଦନ। ରାଜ୍ୟ ସରକାରଙ୍କ ଷ୍ଟେଟ୍ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍ (ଏସପିଏମଜି)  ଅନୁମୋଦନ ପ୍ରଦାନରେ ବିଳମ୍ବ କରୁଥିବାରୁ ପ୍ରକଳ୍ପ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ଓଡ଼ିଶାର ଅନୁମୋଦନ ପରେ ପ୍ରକଳ୍ପ ନିର୍ମାଣ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ।

ସଂସଦର ଶୂନ୍ୟକାଳରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଉଠାଇଥିବା ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ଓ କୋଇଲା, ଖଣିଜ ସଂପଦ ବିଭାଗ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ରିଫାଇନେରୀ ୟୁନିଟ୍ ପାଇଁ ୨୦୨୧ ଅକ୍ଟୋବର ୫ ତାରିଖରେ ଜନଶୁଣାଣି ସଫଳତାର ସହ ଶେଷ ହୋଇଛି। ଅଞ୍ଚଳବାସୀ କମ୍ପାନି ପ୍ରତିଷ୍ଠାକୁ ସ୍ବାଗତ କରିବା ପରେ ୧୪ ବର୍ଷ ଧରି ଜମି ଅଧିଗ୍ରହଣରେ ସୀମିତ ଥିବା ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ନେଇ ଆଶା ଉଜ୍ବଳ ହୋଇଛି। ହେଲେ ଇତି ମଧ୍ୟରେ ଜନଶୁଣାଣିକୁ ୫ ମାସ ବିତିଥିଲେ ମଧ୍ୟ ପ୍ରକଳ୍ପ ପ୍ରତିଷ୍ଠା ନେଇ ଓଡ଼ିଶା ସରକାର ତତ୍ପରତା ଦେଖାଉନଥିବା ସାଂସଦ ଅଭିଯୋଗ କରିଛନ୍ତି। ନିଯୁକ୍ତି ଓ ରୋଜଗାର ଆଶାରେ ୧୪ ବର୍ଷ ‌ହେଲା ଜମି ଦେଇ ବିସ୍ଥାପିତ କମ୍ପାନି ପ୍ରତିଷ୍ଠାକୁ ଚାତକ ଭଳି ଚାହିଁ ରହିଥିବାରୁ ତୁରନ୍ତ ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ସପ୍ତଗିରି ଦାବି କରିଛନ୍ତି। ସଂସଦର ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ପୂର୍ବରୁ ସପ୍ତଗିରି ୨୦୨୧ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ। କମ୍ପାନି ପ୍ରତିଷ୍ଠା ହେଲେ  ରାଜ୍ୟ ସରକାର ୪୨୫୦ ଜଣଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ କାଶୀପୁର ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି।

publive-image

ସୂଚନାଯୋଗ୍ୟ, କଂସାରିଗୁଡ଼ାରେ ବାର୍ଷିକ ୨ ଲକ୍ଷ ମିଲିୟନ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନେରୀ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨୧୦୦ ଏକର ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ ହୋଇଛି। ସେଥି ମଧ୍ୟରୁ ୧୩୮୫.୩୯ ଏକର ଜମି ଇଡକୋ ନିକଟରୁ କମ୍ପାନି ପ୍ରତିଷ୍ଠା ଲାଗି ହିଣ୍ଡାଲକୋ ନେଇଛି। ୨୦୦୫ ମସିହାରେ କମ୍ପାନି ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଥିଲା। ୨୦୧୫ ପର୍ଯ୍ୟନ୍ତ କମ୍ପାନି ନିର୍ମାଣ ଆରମ୍ଭ ନ ହେବାରୁ ୨୦୧୭ ପର୍ଯ୍ୟନ୍ତ ଏମଓୟୁ ଅବଧିକୁ ବଢ଼ାଇଥିଲେ ରାଜ୍ୟ ସରକାର। ୨୦୨୧ ଅକ୍ଟୋବର ୫ ତାରିଖରେ ‌ବାର୍ଷିକ ୩ ଲକ୍ଷ ମିଲିୟନ୍ ଟନ୍ ବକ୍ସାଇଟ୍ ଓ ୧୫୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜନଶୁଣାଣି ହୋଇଥିଲା। ଜନଶୁଣାଣିକୁ ବିସ୍ଥାପିତ ଓ ପାରିପାର୍ଶ୍ବିକ ଅଞ୍ଚଳବାସୀ ସମର୍ଥନ ଜଣାଇ କମ୍ପାନି ପ୍ରତିଷ୍ଠା ପାଇଁ ଦାବି ରଖିଥିଲେ। ଜନଶୁଣାଣି ସଫଳ ପରେ ରାଜ୍ୟ ସରକାର ଖଣି ଦେବା ସଙ୍ଗେ ସଙ୍ଗେ କମ୍ପାନି ପ୍ରତିଷ୍ଠା ଆରମ୍ଭ କରିବାକୁ ହିଣ୍ଡାଲକୋ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଇତି ମଧ୍ୟରେ ଜନଶୁଣାଣିକୁ ୫ ମାସ ବିତିଲାଣି। ଅଥଚ ରାଜ୍ୟ ସରକାରଙ୍କ ହାଇପାୱାର କମିଟି ପ୍ରକଳ୍ପକୁ ଅନୁମୋଦନ କରୁନଥିବାରୁ ସଂସଦରେ ପ୍ରଶ୍ନ ଉଠାଇଥିଲେ ସପ୍ତଗିରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe