ଖବର ସଂଗ୍ରହ ବେଳେ କନକ ନ୍ୟୁଜ୍‌ ପ୍ରତିନିଧିଙ୍କୁ ଆକ୍ରମଣ

ଖବର ସଂଗ୍ରହ ବେଳେ କନକ ନ୍ୟୁଜ୍‌ ପ୍ରତିନିଧିଙ୍କୁ ଆକ୍ରମଣ

DNA India

ଚଢେଇଧରା: ଧର୍ମଶାଳା ତହସିଲ ଅଧୀନ ସୁକୁଟିଝର ମୌଜାରେ ଥିବା ଏଭରସାଣ୍ଡାଇ ପ୍ରାଇଭେଟ୍ ଲିମିଟେଡ ନିକଟରେ ବିଷାକ୍ତ ପାଣି ପିଇ ଗୋରୁ ମାରିବା  ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ପ୍ଲାଣ୍ଟର ଫଟୋଚିତ୍ର ଉତ୍ତୋଳନ ବେଳେ କିଛି ଯୁବକ ମାରଣାସ୍ତ୍ର ଧରି ଏକ ସ୍କର୍ପିଓ ଗାଡିକୁ ଭଙ୍ଗାରୁଜା କରୁଥିଲେ। ଏହି ସମୟରେ କନକ ନ୍ୟୁଜ୍‌ ପ୍ରତିନିଧି ବିମଳ ପତି, ସାମ୍ବାଦିକ ଆନନ୍ଦ ମହାରଣା, ଅଶୋକ ଦାସ ଓ ସୁଶାନ୍ତ କୁମାର ସାହୁ ସେଠଶଷଣ ଭିଡିଓ ଚିତ୍ର ଉଠାଉଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ୧୫/୨୦ ଯୁବକ ସଙ୍ଘବଦ୍ଧ ହୋଇ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି। ସାମ୍ବାଦିକ ବିମଳ ପତିଙ୍କ ମୋବାଇଲକୁ ଅନାମ ସାମଲ ଓ ବାସୁଦେବ ପରିଡା ଛଡ଼େଇ ନେଇଥିବା ଅଭିଯୋଗ ହୋଇଛି। କୃଷ୍ଣପୁର ଗ୍ରାମର ଉଦୟ ପରିଡା ମୋଟର ସାଇକଲରେ ଆସି ସାମ୍ବାଦିକ ବିମଳ ପତିଙ୍କ ଉପରେ ଚଢେଇ ଦେବାକୁ ଉଦ୍ୟମ କରିଥିଲା l ଏଥିରେ ଶ୍ରୀ ପତିଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏଥି ସହ ଶ୍ରୀ ପତିଙ୍କ ସୁନା ଚେନ୍ ଓ ଟଙ୍କା ଛଡେଇ ନେଇଥିବା ଅଭିଯୋଗ ହୋଇଛି।

ଶ୍ରୀ ପତିଙ୍କ ଅଭିଯୋଗ ଆଧାରରେ ଜେନାପୁର ଥାନାରେ ମାମଲା ରୁଜୁ ହୋଇଛି। ସାଥୀ ସାମ୍ବାଦିକଙ୍କ ସହଯୋଗରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶ୍ରୀ ପତିଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ଓୟୁଜେ ଓ ଜେୟୁଜେ ପକ୍ଷରୁ ସଭାପତି ଆଦିତ୍ୟ ମେକପ ଓ ସମ୍ପାଦକ ପ୍ରବୋଧ ମିଶ୍ର ଦୃଢ଼ ନିନ୍ଦା କରିବା ସହ ଆସାମୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସ ନିକଟରେ ଦାବି କରିଛନ୍ତି। ଧର୍ମଶାଳାର ବିଭିନ୍ନ ପ୍ରେସ କ୍ଲବ ଓ ସାମ୍ବାଦିକ ସଂଗଠନ ଏହି ଘଟଣାକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe