ଉମରକୋଟରେ କଙ୍ଗାରୁ କୋର୍ଟ: ମକା ଚୋରି ଅଭିଯୋଗରେ ୧୦ ଯୁବକଙ୍କୁ ନିସ୍ତୁକ ପିଟିଲେ

Advertisment

ପ୍ରାଣ ଭୟରେ ଯୁବକମାନେ ଫେରାର, ଭିଡିଓ ଭାଇରାଲ

ପ୍ରାଣ ଭୟରେ ଯୁବକମାନେ ଫେରାର, ଭିଡିଓ ଭାଇରାଲ

ଉମରକୋଟରେ କଙ୍ଗାରୁ କୋର୍ଟ: ମକା ଚୋରି ଅଭିଯୋଗରେ ୧୦ ଯୁବକଙ୍କୁ ନିସ୍ତୁକ ପିଟିଲେ

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପାର୍ଶ୍ଵରେ ନିର୍ମାଣ ହେଉଥିବା ଇନଣ୍ତୋର ଷ୍ଟାଡିୟମରେ ରଙ୍ଗ ମାରୁଥିବା ଯୁବକଙ୍କୁ ସ୍ଥାନୀୟ କିଛି ଲୋକ ନିସ୍ତୁକ ମାଡ ମାରିବା ଏକ ଭିଡିଓ ଭାଇରାଲ ହେଇଛି। ଫଳରେ ପ୍ରାଣ ଭୟରେ କଳାହାଣ୍ଡିରୁ ଆସିଥିବା ଏହି ୧୦ ଯୁବକ ଫେରାର ହେଇ ଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଉମରକୋଟ ସହର ନିକଟସ୍ଥ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନିକଟରେ ୧୦ କୋଟି ଟଙ୍କା ବ୍ୟୟରେ ଇନଣ୍ତୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପନ୍ନ ହେଇଯାଇଛି। ତେବେ ଠିକାଦାର ରଙ୍ଗ ମାରିବା ପାଇଁ କଳାହାଣ୍ଡିର ପ୍ରାୟ ୧୦ ଜଣ ଯୁବକଙ୍କୁ ନିୟୋଜିତ କରି ଥିଲେ। ଏହି ଯୁବକମାନେ ସେହି ନୂତନ କୋଠାରେ ରହୁଥିଲେ। ଷ୍ଟାଡିୟମ ନିକଟରେ ବିରାଟ ବଡ ମକା ଖେତ ଅଛି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ହେଲା ଏହି ଯୁବକମାନେ ପ୍ରାୟ ୩ ଦିନ ହେଲା ମକା ଚୋରି କରୁଥିଲେ। ମକା ଚୋରି ହେଉଥିବା ଜାଣି ବୁଧବାର ରାତି ପ୍ରାୟ ୭ ଟା ପର୍ଯ୍ୟନ୍ତ ଗ୍ରାମବାସୀ ଲୁଚି କି ମକାବାଡ଼ରେ ଅପେକ୍ଷା କରିଥିଲେ ହେଁ ରଙ୍ଗ ମାରିବା ଯୁବକମାନେ ମକା ଚୋରି କରିବା ପାଇଁ କେହି ଯାଇ ନଥିଲେ। ତେବେ ରାତି ପ୍ରାୟ ୯ଟା ସମୟରେ ଏହି ରଙ୍ଗ ମାରିବା ଯୁବକମାନେ ମକା ପୋଡ଼ିବା ସମୟରେ ପୋଡା ବାସ୍ନା ଗାଁ ନିକଟକୁ ଯାଇ ପହଞ୍ଚି ଥିଲା।

publive-image Sambad

ଗୁରୁବାର ଗ୍ରାମବାସୀ ରଙ୍ଗ ମାରୁଥିବା ଯୁବକ ନିକଟକୁ ଆସି ମକା ଧରାଇ ଫଟୋ ଉଠାଇଲେ। ରଙ୍ଗ ମାରିବା ଯୁବକମାନେ ଆମେ ବଜାରରୁ ମକା କିଣି କି ଆଣି ଖାଇଥିଲୁ ବୋଲି କହିବା ସତ୍ୱେ ଉତ୍ୟକ୍ତ ଗ୍ରାମବାସୀ ଶୁଣି ନଥିଲେ। ତୁମେ ଯାହା ଟଙ୍କ‌ା କୁହ ଆମେ ଦେଈ ଦେବୁ ବୋଲି କହିବା ସତ୍ୱେ ଗ୍ରାମବାସୀ ଶୁଣି ନଥିଲେ। ପରେ ଗ୍ରାମବାସୀ ଚପଲ, ବାଡ଼ି ଓ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ପିଟି ଥିଲେ। କେତେ କାକୁତି ମିନତି ହେଲେ ମଧ୍ୟ ଗ୍ରାମ ବାସି ଶୁଣି ନଥିଲେ। ତେବେ ଗ୍ରାମବାସୀଙ୍କ ଏପରି ଅମାନବିକ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଯଦି ଏହି ଯୁବକ ମାନେ ଚୋରି କରିଥିଲେ ଥାନାରେ ଯାଇ ଲିଖିତ ଅଭିଯୋଗ କରିଥାନ୍ତେ। ତେବେ ନିଜ ହାତକୁ ଆଇନକୁ ନେଇ ଏପରି ଆକ୍ରମଣ କରିବା ଆଇନ ବିରୋଧୀ ବୋଲି କହିଛନ୍ତି। ତେବେ ଦୋଷୀ ବ୍ୟକ୍ତି ମାନଙ୍କୁ ତୁରନ୍ତ ଉମରକୋଟ ପୁଲିସ ଗିରଫ କରିବା ପାଇଁ ଦାବି ହେଉଛି। ତେବେ ପ୍ରାଣ ଭୟରେ ରଙ୍ଗ ମାରିବା ଯୁବକ ଜୀବନ ଭୟରେ ଫେରାର ହେଇ ଥିବା ବେଳେ ବର୍ତ୍ତମାନ ମାଡ ମାରିବା ଭିଡିଓ ଭାଇରାଲ ହେଇଛି। ଏଥି ନେଇ ଉମରକୋଟ ପୁଲିସ ଥାନାରେ କୌଣସି ଲିଖିତ ଅଭିଯୋଗ ହେଇ ନଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe