ଫୁଲବାଣୀ: କନ୍ଧମାଳର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଜିଲାରେ ଖାଲି ଥିବା ଅଧ୍ୟାପକ ପଦବି ପୂରଣ ଏବଂ ଜିଲ୍ଲାରେ ଏକ ଜନଜାତି ବିଶ୍ୱବିଦ୍ୟାଳୟ ପାଇଁ ଦାବି ରଖଥିଲେ। ଏଥିରେ ଜିଲ୍ଲା ସଂଗଠନ ସମ୍ପାଦକ ସୁଦର୍ଶନ ବାରିକ, ରାଜ୍ୟ ସହ ସମ୍ପାଦିକା କବିତା କହଁର, ସଂଯୋଜକ ବିକାଶ ନାୟକ, ଫୁଲବାଣୀ ନଗର ସମ୍ପାଦକ ଦିବ୍ୟରଞ୍ଜନ ଡାକୁଆ ଆଦି ଯୋଗଦେଇଥିଲେ।
ରାଜ୍ୟପାଳଙ୍କୁ ଭେଟି କନ୍ଧମାଳରେ ଖାଲି ଥିବା ଅଧ୍ୟାପକ ପଦବି ପୂରଣ ଦାବି ଜଣାଇଲା ଏବିଭିପି
Advertisment
Follow Us