ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ କ୍ଷେତ୍ର ପରିଦର୍ଶନ କଲେ କନ୍ଧମାଳ ଜିଲ୍ଲାପାଳ

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ କ୍ଷେତ୍ର ପରିଦର୍ଶନ କଲେ କନ୍ଧମାଳ ଜିଲ୍ଲାପାଳ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଡକେଡି ଗ୍ରାମକୁ ନୂତନ କନ୍ଧମାଳ ଜିଲ୍ଲାପାଳ ଆମ୍ରିତ୍ ଋତୁରାଜ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ତରଫରୁ  ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ସହଯୋଗରେ ଡକେଡି ଜନଜାତି ଜୀବିକା ପରିଷଦର କ୍ଷେତ୍ର ପରିଦର୍ଶନ କରିଥିଲେ। ଡକେଡି ମଗରଗୁଡ଼ା ଠାରୁ ଜିଲ୍ଲାପାଳଙ୍କୁ ପାରମ୍ପାରିକ ନୃତ୍ୟ କରି ଆନନ୍ଦ ଉଲ୍ଲାସରେ ସ୍ବାଗତ କରି ପାଛୋଟି ନେଇଥିଲେ। ପରେ ସେଠାରୁ ପ୍ରାୟ ଦୁଇ କି.ମି ପାଦଚଲା ରାସ୍ତାରେ ଜଙ୍ଗଲ ମଧ୍ୟରେ ପାହାଡ ଠାରୁ ଆସିଥିବା ଝରଣା ପାଣିକୁ ସଂରକ୍ଷଣ କରି ବିଭିନ୍ନ ଚାଷ ଜମିକୁ ସେଚନ କରିବା ନିମନ୍ତେ ପ୍ରଦାନ କରିଥିବା କାର୍ଯ୍ୟ ଦେଖିବା ସହିତ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ପରେ, ଡକେଡି ଗ୍ରାମବାସୀ ମାନଙ୍କର ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ ଓ ସେମାନଙ୍କୁ ମସଲା ଜାତ ଦ୍ରବ୍ୟ ଜୈବିକ ଚାଷ ପଦ୍ଧତିରେ ଉତ୍ପାଦନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସେଠାରୁ ପୁଣି ନିକଟରେ ଥିବା ଡଡ଼ାପାଡ଼ା ଆଶ୍ରମ ସ୍କୁଲ୍ ପରିଦର୍ଶନ କରିବା ସହିତ ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରି  କରିଥିଲେ।

କୃଷି ବିଜ୍ଞାନ କେନ୍ଦ୍ର ନିକଟକୁ ଯାଇ କୃଷି ସମ୍ବର୍ଦ୍ଧିତ ଜୈବିକ ବୀଜ ଉତ୍ପାଦନ ଓ ଚାଷ କରିବା ପ୍ରଣାଳି ବିଷୟରେ ଆଲୋଚନା କରିବା ସହିତ ଗୋଲ୍ ମରିଚ ଚାଷ କରି ଚାଷୀ ମାନେ କିପରି ଲାଭବାନ ହେବେ ସେ ବିଷୟରେ ଆଲୋଚନା କରିଥିଲେ। ଶେଷରେ ଉକ୍ତ ଗ୍ରାମର କ୍ଷୁଦ୍ର ଯୁବ ଉଦ୍ୟୋଗୀ ଶାନ୍ତନୁ ପ୍ରଧାନଙ୍କୁ ସାକ୍ଷାତ କରି କିପର ଅଧିକ ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଆଇଟିଡିଏ ବାଲିଗୁଡାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା, ପ୍ରକଳ୍ପ ପ୍ରବନ୍ଧକ ସମିରନ୍ ନାୟକ, ଆଇଟିଡିଏ ଏଇଇ ବୈକୁଣ୍ଠ ବେହେରା, ଆଇଟିଡିଏ ଏଇ ପବିତ୍ର ମୋହନ ସାହୁ, ଉଦ୍ୟାନ ବିଭାଗ ଅଧିକାରୀ ଲିପସାରାଣି ଦଳବେହେରା, କୃଷି ଅଧିକାର ପ୍ରିୟଦର୍ଶନ ମଲିକ, ଏଇ ବାଳକୃଷ୍ଣ ମିଶ୍ର, ଏପିଓ ଗାୟତ୍ରୀ ସାହୁ, ବ୍ଲକ ଜୀବିକା ବିଶେଷଜ୍ଞ ମଜେଶ କୁମାର ନାୟକ, ରୋହିମୁଦ ନାୟକ ସମେତ ଜନଜାତି ଜୀବିକା ପରିଷଦର ସାଥୀ ସୁଜଗାନନ୍ଦ ପ୍ରଧାନ ଓ ୧୩ ଜଣିଆ କମିଟିର କର୍ମକର୍ତ୍ତା ଓ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe