ଫୁଲବାଣୀ :ଫୁଲବାଣୀ ସହର ପେଞ୍ଜିସାହି ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଓ ଜିଲ୍ଲା ଘାସି ସମାଜ କଳ୍ୟାଣ ସମିତି ସହଯୋଗରେ ସ୍ବାଧୀନତା ଦିବସ ପାଳନ ଅବସରରେ କରୋନା ଯୋଦ୍ଧା ସାଜିଥିବା ୧୫୦ ଜଣ ସୁଇପରଙ୍କୁ ସମ୍ମାନିତ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା,ଯୁବ ଆଇନଜୀବୀ ସତ୍ୟନାରାୟଣ ବେହେରା ଓ ବିଶିଷ୍ଠ କଣ୍ଠଶିଳ୍ବୀ ଜଳନ୍ଧର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କରୋନା ଯୋଦ୍ଧାଙ୍କୁ ନୂଆ ବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଗ୍ରାମ୍ୟ କମିଟି ସଭାପତି ମୁନା ବେହେରା,ପ୍ରତାପ ମୁଖୀ,ସୁଶାନ୍ତ ମୁଖୀ,ବିଜୟ ମୁଖୀ,ଆନନ୍ଦ ମୁଖୀ,ଉମାଚରଣ ମୁଖୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଇପରମାନଙ୍କୁ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ପଛଘୁଞ୍ଚା ଦେଇଥିବା ବେଳେ ପେଞ୍ଜିସାହି ଗ୍ରାମ୍ୟ କମିଟି ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିହିତ କରି ସମ୍ମାନିତ କରିବା ଉଦ୍ୟମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।
ଗ୍ରାମ୍ୟ କମିଟି ଉଦ୍ୟମକୁ ପ୍ରଶଂସା, ୧୫୦ କରୋନା ଯୋଦ୍ଧା ସମ୍ମାନିତ
Advertisment
Follow Us