ଛଅ ମାସ ହେଲା ଲକ୍ଷାଧିକ ଟଙ୍କା ବ୍ୟୟରେ ଡିଜି ବସିଛି;‌ ହେଲେ ଲୋକଙ୍କ କାମରେ ଲାଗୁନି

Advertisment

ସହରାଞ୍ଚଳ ଜଳଯୋଗାଣ ବିଭାଜନ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଦୁଇ ଗୋଟି ଡିଜି ଦୁଇଟି ସ୍ଥାନରେ ବସିଛି। ସିର୍କୀ ଡେମରେ ଗୋଟିଏ ଏବଂ ଅନ୍ୟଟି ଜଳଯୋଗାଣ ହେଉଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ।

ସହରାଞ୍ଚଳ ଜଳଯୋଗାଣ ବିଭାଜନ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଦୁଇ ଗୋଟି ଡିଜି ଦୁଇଟି ସ୍ଥାନରେ ବସିଛି। ସିର୍କୀ ଡେମରେ ଗୋଟିଏ ଏବଂ ଅନ୍ୟଟି ଜଳଯୋଗାଣ ହେଉଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ।

New Project (30)

ଘୁ.ଉଦୟଗିରି: ସହରାଞ୍ଚଳ ଜଳଯୋଗାଣ ବିଭାଜନ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଦୁଇ ଗୋଟି ଡିଜି ଦୁଇଟି ସ୍ଥାନରେ ବସିଛି। ସିର୍କୀ ଡେମରେ ଗୋଟିଏ ଏବଂ ଅନ୍ୟଟି ଜଳଯୋଗାଣ ହେଉଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ। ଦୀର୍ଘ ଛଅ ମାସ ହେଲା ଦୁଇଟି ଜେନେରେଟର ଲାଗିସାରିଲାଣି ହେଲେ ଏହି ଦୁଇଟି ଡିଜି ଲୋକଙ୍କ କାର୍ଯ୍ୟରେ ଆସୁ ନଥିବା ଦେଖିବାକୁ ମିଳିଛି।

ଏହି ଦୁଇଟି ଡିଜି କିଏ ବସେଇଛି। କଣ ଉଦ୍ଦେଶ୍ୟରେ ବସେଇଛି ତାହା ସାଧାରଣ ଲୋକ ବୁଝି ପାରୁନାହାନ୍ତି। କାରଣ ବିଦ୍ୟୁତ କାଟ ହେଲେ ଜଳ ଯୋଗାଣ ବନ୍ଦ ରହୁଛି। ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେଲେ ପାନୀୟ ଜଳ ଯୋଗାଣ ସେଇ ଅନୁସାରେ ବିଳମ୍ବ ହେବା ସହ ଲୋକଙ୍କୁ ଜଳ ଯୋଗଣରେ ବ୍ୟାଘାତ ସୃଷ୍ଟି ହେଉଛି।ଘୁ.ଉଦୟଗିରି ସହରରେ ଜଳଯୋଗାଣ ର ସୁବନ୍ଦୋବସ୍ତ ପାଇଁ ବିଭାଗ ପକ୍ଷରୁ ଡିଜି ବସଯାଇଛି ହେଲେ ଏହା କାହିଁକି ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁନି ପ୍ରଶ୍ନ ସୃଷ୍ଟି ହୋଇଛି। ତୁରନ୍ତ ଏହି ଦୁଇଟି ଡିଜି ଚାଲୁ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe