ସ୍ବେଚ୍ଛାକୃତ ଶିବିରରେ ୨୨ ଜଣ କଲେ ରକ୍ତଦାନ

ଅନ୍ତରଙ୍ଗ ଯୁବ ମହାସଂଘ ଏବଂ ସମ୍ବାଦ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଶନିବାର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିକୂଳ ପାଗ ଓ ଲଗାଣ ବର୍ଷା ସତ୍ତ୍ୱେ ୨୨ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ।

Blood donation camp in G Udaygiri of Kandhamal district

Blood donation camp in G Udaygiri of Kandhamal district Photograph: (Sambad )

ଘୁ.ଉଦୟଗିରି: ଅନ୍ତରଙ୍ଗ ଯୁବ ମହାସଂଘ ଏବଂ ସମ୍ବାଦ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଶନିବାର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିକୂଳ ପାଗ ଓ ଲଗାଣ ବର୍ଷା ସତ୍ତ୍ୱେ ୨୨ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ।

ସମ୍ବାଦ ପ୍ରତିନିଧି ସମୀର କୁମାର ପାଢୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ପ୍ରଥମେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷୀକେଶ ପ୍ରଧାନ, ବରିଷ୍ଠ ସମାଜସେବୀ ଜାଗୃତି ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ କୈଳାଶ ଚନ୍ଦ୍ର ଦଣ୍ଡପାଟ(୬୨)ବର୍ଷ ଏବଂ ପଙ୍କଜ ପ୍ରଧାନ (ପ୍ରଥମ ଥର ପାଇଁ) ପ୍ରଥମେ ରକ୍ତଦାନ କରି ଶିବିର ଉଦଘାଟନ କରିଥିଲେ।

ରକ୍ତଦାତାମାନେ ହେଲେ ସୁମିତ କୁମାର ପ୍ରଧାନ, ପ୍ରିୟଙ୍କା ବେହେରା, କୁନିତା ପ୍ରଧାନ, ରଞ୍ଜିତ କୁମାର ନାୟକ, ସୁକଦେବୀ ପ୍ରଧାନ, ଚନ୍ଦ୍ରକାନ୍ତ ପ୍ରଧାନ, ସୁବାଷ ମାଝୀ, ଗଣେଶ୍ୱର ମାଝୀ, ରଞ୍ଜନ କଁହର,ଶୁଭ୍ରାଂଶୁ ଶେଖର କଁହର, ସଲିବ କୁମାର ପ୍ରଧାନ, ଦିବ୍ୟାଭାରତୀ ମଲିକ, ପ୍ରଦୀପ କୁମାର ଦାଶ(୬୧)ବର୍ଷ, ଚିଣ୍ଟୁ ପ୍ରଧାନ(ପ୍ରଥମ ଥର), ପ୍ରତାପ ନାୟକ, ସସ୍ମିତା ମଲିକ, ସମୀର କୁମାର ପାଢୀ, ବିଷ୍ଣୁଦେବ ନାୟକ ଏବଂ ଶଙ୍କର ମଲିକ ରକ୍ତଦାନ କରିଥିଲେ।

୬୨ବର୍ଷ ବୟଷରେ ମଧ୍ୟ ବରିଷ୍ଠ ସମାଜସେବୀ କୈଳାଶ ଚନ୍ଦ୍ର ଦଣ୍ଡପାଟ ଏବଂ ପ୍ରଦୀପ ଦାଶ ରକ୍ତଦାନ କରି ଯୁବ ପିଢିଙ୍କୁ ରକ୍ତଦାନ ପାଇଁ ଉତ୍ସାହ ସୃଷ୍ଟି କରିଥିବା ବେଳେ ଏହି ରକ୍ତଦାନ ଶିବିରରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡା ସୌରଭ କୁମାର ସାହୁ ଫୁଲବାଣୀ ରକ୍ତଭଣ୍ଡାରର ନର୍ସିଂ ଅଫିସର ଆରାଧନା ସାହୁ, ଅର୍ଚ୍ଚନା ପ୍ରଧାନ, ପ୍ରଶାନ୍ତ ରତ୍ନାଳୁ, ବରୁଣ ବେହେରା ଏବଂ ଡ୍ରାଇଭର ଜ୍ୟୋତିରଞ୍ଜନ ପୃଷ୍ଟି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରେ ଯୁବ ସାମ୍ବାଦିକ ସାମନ୍ତ ଶେଖର ନାୟକ, ଚିନ୍ମୟ ସେଠୀ, ଯୁବ ସମାଜସେବୀ ଆମାନ ଚନ୍ଦ୍ର ନାୟକ, ଶଙ୍କର କୁମାର ମଲିକ, ଚିଣ୍ଟୁ ପ୍ରଧାନ ସହଯୋଗ କରିଥିବା ବେଳେ ଅନ୍ତରଙ୍ଗ ଯୁବ ମହାସଂଘର ସଦସ୍ୟମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe