ଜୁଆ ଆଡ୍ଡା ଉପରେ ଚଢ଼ଉ: ୩୧ ଜଣ ଗିରଫ, ୮ଟି ବାଇକ୍‌ ଜବତ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପୁଲିସ ରବିବାର ଜୁଆ ଆଡ୍ଡା ଉପରେ ଚଢ଼ଉ। ଏହି ଚଢ଼ଉ ବେଳେ ୩୧ ଜଣ ଗିରଫ ହୋଇଛନ୍ତି। ଘଟଣାସ୍ଥଳରୁ ୮ଟି ବାଇକ୍‌ ଏବଂ ୨୪ଟି ମୋବାଇଲ ଫୋନ୍‌ ଜବତ ହୋଇଛି।

rey

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପୁଲିସ ରବିବାର ଜୁଆ ଆଡ୍ଡା ଉପରେ ଚଢ଼ଉ। ଏହି ଚଢ଼ଉ ବେଳେ ୩୧ ଜଣ ଗିରଫ ହୋଇଛନ୍ତି। ଘଟଣାସ୍ଥଳରୁ ୮ଟି ବାଇକ୍‌ ଏବଂ ୨୪ଟି ମୋବାଇଲ ଫୋନ୍‌ ଜବତ ହୋଇଛି।

ଦାରିଙ୍ଗବାଡି ଥାନା ପୁଲିସର ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩୧ ଜଣ ଗିରଫକରିଥିବା ବେଳେ ୮ଟି ବାଇକ, ୨୪ଟି ମୋବାଇଲ୍‌ ଫୋନ୍‌ ସମେତ ୭୪ହଜାର ୨୩୦ ଟଙ୍କା ଜବତ କରିଥିବା ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ନିକଟସ୍ଥ ପ୍ରମିଳା ଦେବୀ ମହାବିଦ୍ୟାଳୟ ଓ ବସ୍‌ଷ୍ଟାଣ୍ଡ ନିକଟରେ ଜୁଆ ଖେଳ ଚାଲୁଥିବା ଖବର ପାଇ ପୁଲିସ ପକ୍ଷରୁ ଅତର୍କିତ ଚଢଉ କରାଯାଇଥିଲା। ସେଥିରୁ ପ୍ରମିଳା ଦେବୀ ମହାବିଦ୍ୟାଳୟ ନିକଟରୁ ବସଷ୍ଟାଣ୍ଡ ନିକଟରୁ ୬୫ ହଜାର ୭୪୦ ଟଙ୍କା ୭ଟି ବାଇକ୍‌, ୧୮ଟି ମୋବାଇଲ ଫୋନ୍‌ ଜବତ ହୋଇଥିବା ବେଳେ ୨୨ ଜଣକୁ ଗିରଫ କରାଯାଇଥିଲା।

ସେହିପରି ବସ୍‌ଷ୍ଟାଣ୍ଡ ନିକଟ ଜୁଆ ଆଡ୍ଡାରୁ ୮ ହଜାର ୪୯୦ ଟଙ୍କା ୬ ମୋବାଇଲ, ଏକ ବାଇକ୍‌ ଜବତ ହୋଇଥିବା ବେଳେ, ୯ ଜଣକୁ ଗିରଫ କରାଯାଇଛି।

Kandhamal 

ରିପୋର୍ଟ: ସନ୍ତୋଷ କୁମାର ଦାସ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe