କନ୍ଧମାଳ : ପୁଲିସ ଓ ଅବକାରୀ ମିଳିତ ଅଭିଯାନ, ୩୬୦ ଏକରରୁ ଗଂଜେଇ ଗଛ ସଫା

Advertisment
କନ୍ଧମାଳ : ପୁଲିସ ଓ ଅବକାରୀ ମିଳିତ ଅଭିଯାନ, ୩୬୦ ଏକରରୁ ଗଂଜେଇ ଗଛ ସଫା

ଫୁଲବାଣୀ :କନ୍ଧମାଳରେ ଆଜି ପୁଲିସ ଓ ଅବକାରୀ ବିଭାଗ ମିଳିତ ଅଭିଯାନରେ ୩୬୦ ଏକର ଜାଗାରୁ ଗଂଜେଇ ଗଛ କଟା ଯାଇ ନଷ୍ଟ କରାଯାଇଛି। ଯାହାର ମୂଲ୍ୟ ୩ କୋଟି ୬୦ ଲକ୍ଷ ଟଙ୍କା ହେବ। ଫିରିଙ୍ଗିଆ ଥାନା ବନ୍ଧଗଡ ପଞ୍ଚାୟତର ବିଭିନ୍ନ ଗାଁ ପାର୍ଶ୍ବ ଜଙ୍ଗଲରୁ ୧୮୦ ଏକର ଜାଗାରୁ ଗଂଜେଇ ଗଛ କଟା ଯାଇଛି। ସେହିଭଳି କେ.ନୂଆଗାଁ ଥାନା ସାଇଁପଡା ପଞ୍ଚାୟତର ବିଭିନ୍ନ ଗାଁର ପାଖ ଜଙ୍ଗଲରୁ ୧୮୦ ଏକର ଜାଗାରୁ ଗଂଜେଇ ଗଛ କଟା ଯାଇ ନଷ୍ଟ କରାଯାଇଛି। କନ୍ଧମାଳର ବିଭିନ୍ନ ଥାନା ଅଞ୍ଚଳରୁ ଗଂଜେଇ ଗଛ କଟା ଚାଲିଥିବା ବେଳେ ସଦରରେ ମାତ୍ର ଦୁଇ ଥର ଓ ସାରଙ୍ଗଗଡରେ ଆଦୌ ହୋଇ ନଥିବା ଜଣା ପଡିଛି। କନ୍ଧମାଳରୁ ଗଂଜେଇ ଚାଷ ଲୋପ ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି। ଏପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶମତେ ସଂପ୍ରତି ଗଂଜେଇ ଗଛ କଟା ଅଭିଯାନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe