ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଅସୁସ୍ଥ

Advertisment
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଅସୁସ୍ଥ

public.app

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଏଠାରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୭ ଜଣ ଅସୁସ୍ଥ ହୋଇଛନ୍ତି।  ବାଲିଗୁଡ଼ା ଏନଏସି ୭ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆସାହିର ହରିଜନ ବସ୍ତିର ମଳିକ ନାୟକଙ୍କ ପରିବାର ଜଙ୍ଗଲୀ ଛତୁ ସଂଗ୍ରହ କରି ଆଣିଥିଲେ। ଏହାକୁ ସେମାନେ ରାନ୍ଧି ଖାଇଥିଲେ । ଏହାପରେ ପରିବାରର ୭ ଜଣ ଅସୁସ୍ଥ ହୋଇପଡ଼ିଥିଲେ।

ବିଷାକ୍ତ ଛତୁ ଖାଇବା ପରେ ସେମାନଙ୍କ ମୁଣ୍ଡ ଝିମଝିମ୍ ହେବା ସହ ପେଟରେ ଯନ୍ତ୍ରଣା ହୋଇଥିଲା। ପ୍ରଥମେ ସେମାନଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe