ଘରେ ଗ˚ଜେଇ ରଖିବା ଅଭିଯୋଗରେ ୧୦ ବର୍ଷ ଜେଲ ସହ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ

Advertisment
ଘରେ ଗ˚ଜେଇ ରଖିବା ଅଭିଯୋଗରେ ୧୦ ବର୍ଷ ଜେଲ ସହ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ

ବାଲିଗୁଡା : ଘରେ ଗଞ୍ଜେଇ ରଖିବା ଅଭିଯୋଗରେ ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇଥିବା ଜଣେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ମିଳିଛି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲାରେ। ଏହି ଜିଲ୍ଲା ଅନ୍ତର୍ଗତ ଆଲିମିଲା ଗ୍ରାମର ତଣ୍ଡ ଦିଗାଳଙ୍କୁ ଘରେ ବେଆଇନ ଭା‌ବେ ଗଂଜେଇ ରଖିବା ଅଭିଯୋଗ‌ରେ ବାଲିଗୁଡାର ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା କୁଟିକିଆ ପ˚ଚାୟତର ଆଲିମିଲା ଗ୍ରାମ ଅଭିଯୁକ୍ତ ତଣ୍ଡ ଦିଗାଳ ନିଜ ଘରେ ୭୯ କେଜି ଗ˚ଜେଇ ମହଜୁତ କରି ରଖିଥିଲା। କୌଣସି ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଗତ ଅଗଷ୍ଟ ୨୨ରେ ଉକ୍ତ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ତଣ୍ଡ ଦିଗାଳ ଘରୁ ୭୯ କେଜି ଗଂଜେଇ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା। ଏହି ‌ଅଭିଯୋଗର ଶୁଣାଣି ଆଜି ବାଲିଗୁଡା କ‌ୋର୍ଟରେ ହୋଇଥିଲା। ମାନ୍ୟବର ଅତିରକ୍ତ ଜିଲ୍ଲା ଦୌରାଜଜ ଅରବିନ୍ଦ ପଟ୍ଟନାୟକ ଏହି କେଶ୍‌ର ଶୁଣାଣି କରି ଅଭିଯୁକ୍ତ ତଣ୍ଡ ଦିଗାଳଙ୍କୁ ୧୦ ବର୍ଷ ଜେଲ ଦଣ୍ତ ସହ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରୀ ଓକିଲ ସୁଧା˚ଶୁ ମୋହନ ପତି ମାମଲାର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe