ଧରାପଡ଼ିଲା ବିରାଟକାୟ ଅଜଗର; ଲୋକଙ୍କ ମଧ୍ୟରେ ଭୟର ବାତାବରଣ

ବର୍ଷା ଋତୁରେ ଜଙ୍ଗଲ ସନ୍ତସନ୍ତିଆ ପରିବେଶକୁ ସାପଙ୍କ ଆତଯାତ ଢେର୍‌ ବଢ଼ିଛି। ଏହାଭିତରେ ସାପ ବାହାରି ଏଣେ ତେଣେ ବୁଲୁଥିବା ବେଳେ ଲୋକଙ୍କ ମଧ୍ୟରେ ସାପକୁ ନେଇ ପ୍ରବଳ ଭୟ ସୃଷ୍ଟି ହୋଇଛି।

New Project (11)

ଘୁ.ଉଦୟଗିରି: ବର୍ଷା ଋତୁରେ ଜଙ୍ଗଲ ସନ୍ତସନ୍ତିଆ ପରିବେଶକୁ ସାପଙ୍କ ଆତଯାତ ଢେର୍‌ ବଢ଼ିଛି। ଏହାଭିତରେ ସାପ ବାହାରି ଏଣେ ତେଣେ ବୁଲୁଥିବା ବେଳେ ଲୋକଙ୍କ ମଧ୍ୟରେ ସାପକୁ ନେଇ ପ୍ରବଳ ଭୟ ସୃଷ୍ଟି ହୋଇଛି।

ନିକଟରେ ଏକ ବିରାଟକାୟ ସାପକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ସହରର ୪ନଂ ୱାର୍ଡସ୍ଥିତ ଶ୍ରୀରାମପଦା ଫାର୍ମରେ ଏକ ବିରାଟ ଅଜଗର ସାପକୁ ଦେଖି ଫାର୍ମ ପରିସରରେ ଥିବା କର୍ମଚାରୀମାନେ ଭୟଭୀତ ହୋଇ ସ୍ଥାନୀୟ ସହରରେ ସ୍ନେକ ହେଲ୍ପଲାଇନ ସଦସ୍ୟ କାଳିଆ ନାୟକଙ୍କୁ ଖବର ହେଇଥିଲେ। ଖବର ପାଇବା ପରେ  ସ୍ନେକ ହେଲ୍ପ ଲାଇନ ସଦସ୍ୟ କାଳିଆ ସଙ୍ଗେ ସଙ୍ଗେ ଫାର୍ମରେ ପହଞ୍ଚି କୌଶଳ କ୍ରମେ ସାପକୁ ଉଦ୍ଧାର କରି କଳିଙ୍ଗା ଘାଟି ଜଙ୍ଗଲରେ ଛାଡି ଦେଇଥିବା ସୂଚନା ରହିଛି। ତେବେ ଉଦ୍ଧାର ହୋଇଥିବା  ୮ଫୁଟର ଅଜଗରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe