ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଏନ୍‌ଏସିରେ ବିବାଦ ପିଛା ଛାଡ଼ୁନି। ବିକାଶ ତଳମୁଁହା ହେଉଥିବା ବେଳେ ଅସନ୍ତୋଷ ଉପରମୁଁହା ହେବାରେ ଲାଗିଛି। ସତେ ଯେମିତି ଏନ୍‌ଏସିକୁ କାହାର ନଜର ଲାଗି ଯାଇଛି କିମ୍ବା ଶନି ଦଶା ଗୋଡେଇଛି। ସ୍ୱର୍ଗତା ଏନ୍‌ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ବିୟୋଗ ପରେ ବିକାଶ ଏକ ପ୍ରକାର ଆଣ୍ଠେଇ ଥିବା ବେଳେ ତାଙ୍କ କନ୍ୟା ଦେବସ୍ମିତା ଶତପଥୀ ଅଧ୍ୟକ୍ଷା ଉପନିର୍ବାଚନରେ ବିଜେଡି ଦଳରୁ ବିଜୟଲାଭ କରିବା ପରେ ଏନ୍‌ଏସିର ବିକାଶ ତ୍ଵରାନ୍ବିତ ହେବା ନେଇ ସହରବାସୀ ଆଶା କରିଥିବା ବେଳେ କାଉନସିଲର ମାନଙ୍କ ଅସନ୍ତୋଷ ବୈଠକ ବର୍ଜନ ଏହିଭଳି ଭିତରେ ଏନଏସି ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ବିରୁଦ୍ଧରେ ୯ଜଣ କାଉନସିଲର ଅନସ୍ତା ଆଣି ଦୀର୍ଘ ଦିନ ବାହାରେ ରହି ଚଳିତ ମାସ ୧୮ ତାରିଖ ଦିନ ଅନାସ୍ତା ଭୋଟ ହେବା ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପ୍ରକାରେ ଫଳାଫଳ ସ୍ଥଗିତ ରହିଥିଲା।

Advertisment

ଏହି ଖବର ପଢ଼ନ୍ତୁ: ଏନ୍‌ଏସି ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନସ୍ଥା: ଭୋଟ୍‌ ହେଲା, ଫଳାଫଳ ଆସିଲାନି

ଏହି ୯ଜଣ କାଉନସିଲର ଦୀର୍ଘ ଦିନ ଅନୁପସ୍ଥିତ ଥିବା ଭିତରେ ସ୍ଥାନୀୟ ଏନଏସିରେ ଗୋଟିଏ ୱାର୍ଡର ୪ଗୋଟି ଉନ୍ନୟନ ମୂଳକ କାର୍ଯ୍ୟ ପେପର ଟେଣ୍ଡର ମାଧ୍ୟମରେ କାର୍ଯ୍ୟ କରାଯିବା ନିମନ୍ତେ ବାହାରିଥିବା ଟେଣ୍ଡର ଏବଂ ଏହି ପେପର ଟେଣ୍ଡରରେ ଅନିୟମିତତା ଏବଂ ଦୁର୍ନୀତି ହୋଇଥିବା ନେଇ ୯ଜଣ କାଉନସିଲର ଆଜି ଏନଏସି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିବା ନିମନ୍ତେ କାର୍ଯ୍ୟାଳୟରେ ପହଞ୍ଚିଥିଲେ ହେଲେ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଦେଖି ସମସ୍ତ ୯ଜଣ କାଉନସିଲର ଖପ୍ପା ହେବା ସହ ଏନ୍‌ଏସିରେ ହୋଇଥିବା ଦୁର୍ନୀତିକୁ ନେଇ ବିଷ ଉଗାଳିବା ସହ ଲିଖିତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣେଇଛନ୍ତି।

ଏହି ଖବର ପଢ଼ନ୍ତୁ: ସହଜରେ ଅପରାଧ କରିବାରେ ୟୁପି ଏକ ନମ୍ବର: ଡକାୟତି ନେଇ ଅଖିଳେଶଙ୍କ କଟାକ୍ଷ

ଅସନ୍ତୋଷ କାଉନସିଲରମାନେ ଏନଏସି ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିବା ନିମନ୍ତେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଦେଖି ସମସ୍ତ ୯ଜଣ କାଉନସିଲର ଖପ୍ପା ହେବା ସହ ଏନ୍‌ଏସିରେ ହୋଇଥିବା ଦୁର୍ନୀତିକୁ ନେଇ ବିଷ ଉଗାଳିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣେଇଛନ୍ତି।

ଏହି ଖବର ପଢ଼ନ୍ତୁ: ପାଟଣାଗଡ଼ କୋର୍ଟରେ ଅରୁଣ ବୋଥ୍ରା: ପାର୍ସଲ ବୋମା ମାମଲାରେ ସାକ୍ଷ୍ୟ ଦେବେ!

୯ଜଣ କାଉନସିଲରଙ୍କ ଅଭିଯୋଗ ଆମ ଅନୁପସ୍ଥିତିରେ କିଭଳି ଏହିଭଳି ପେପର ଟେଣ୍ଡର ବାହାରିଲା। ଏହା ପ୍ରମାଣ କରୁଛି କି ଯେ ଆମେ ପୂର୍ବରୁ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲୁ ସେ ସବୁ ସତ ପ୍ରମାଣିତ ହେଉଛି। ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ୱାର୍ଡ ୫ନଂ ୱାର୍ଡର ୪ଗୋଟି ଉନ୍ନୟନ କାର୍ଯ୍ୟ ପାଇଁ ପେପର ଟେଣ୍ଡର କରାଯିବାକୁ ନେଇ ଦୁର୍ନୀତି ଅଭିଯୋଗ ଆଣିଛନ୍ତି କାଉନସିଲର ସଞ୍ଜୀବ ପାତ୍ର, ଯାକେଶ ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଛା, ଭାରତୀ ବେହେରା, ଲିପିକା ପ୍ରଧାନ, ଦୀପକ କୁମାର ନାୟକ, ସଙ୍ଗୀତା ନାୟକ ଏବଂ କୁନ୍ତୀମା ମଲିକ। ସମସ୍ତେ ଆଜି ଏନଏସି ଅଫିସକୁ ଯାଇ ନିଜ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ପ୍ରେମିକା ଲରେନ୍ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ଜେଫ୍ ବେଜୋସ୍