ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତରେ ସରପଞ୍ଚ ବିଷ୍ଣୁଦେବା ପ୍ରଧାନଙ୍କ ତତ୍ତ୍ଵବଧାନରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଓ ଅନ୍ତରଙ୍ଗ ଯୁବ ମହାସଂଘ, ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ନାୱର ସହଯୋଗରେ ପଞ୍ଚାୟତର ଶତାଧିକ ମହିଳାମାନେ ପ୍ରତିକୂଳ ପାଗ ମେଘୁଆ ବର୍ଷା ସତ୍ତ୍ୱେ ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ।
ଏହି ଖବର ପଢ଼ନ୍ତୁ: କଲବଲ କରୁଛି ବର୍ଷା-ଶୀତ: ଜନଜୀବନ ଅସ୍ତବ୍ୟସ୍ତ
ଏହି ପଞ୍ଚାୟତରେ ଦୀର୍ଘ ବର୍ଷ ଧରି କିଛି ଲୋକ ଦେଶୀ ମହୁଲି ମଦ ରାନ୍ଧି ବ୍ୟବସାୟିକ ଭିତ୍ତିରେ କାରବାର କରୁଥିବା ପରିଲକ୍ଷିତ ହେଉଥିଲା। ଏଥି ସହିତ ଗଞ୍ଜେଇ କାରବାର ମଧ୍ୟ ବୃଦ୍ଧି ପାଇଥିବା ଦେଖି ପଞ୍ଚାୟତବାସୀ ଏହିପରି ପଦକ୍ଷେପ ନେଇଥିବା ଦେଖାଦେଇଛି। ମଦ ଏବଂ ଗଞ୍ଜେଇ କାରବାର ହେଉଥିବାରୁ ଛୋଟ ଛୋଟ ଶିଶୁ ଓ ଅଧିକାଂଶ ପୁରୁଷମାନେ କର୍ମକୁଢ଼ିଆ ହେଉଥିବା ବେଳେ ପାରିବାରିକ ଅଶାନ୍ତି, ମହିଳା ନିର୍ଯାତନା ଛାତ୍ରୀ ମାନେ ଅସୁରକ୍ଷିତ ମଣୁଛନ୍ତି।
ଏହି ଖବର ପଢ଼ନ୍ତୁ: ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା
ମଦ ପିଇବା ସ୍ବାସ୍ଥ୍ୟ ପାଇଁ ଯେତିକି ଖରାପ, ସମାଜ ପାଇଁ ଅତି ଭୟଙ୍କର। ମଦ୍ୟପାନ ଯୋଗୁଁ ସମାଜରେ ଅନେକଙ୍କ ପରିବାର ଭାଙ୍ଗି ଯାଉଛି। ଅନେକ କ୍ଷେତ୍ରରେ ସ୍ବାମୀ-ସ୍ତ୍ରୀର ସଂପର୍କରେ ପୂର୍ଣ୍ଣଛେଦ ପଡୁଛି। ହତ୍ୟା, ଅସଦାଚରଣ ଭଳି ଅପରାଧିକ ଘଟଣା ଘଟୁଛି। ମଦକୁ ସଂପୂର୍ଣ୍ଣ ରୂପେ ବାରଣ ପାଇଁ କିଛି ସଂଗଠନ ଓ ମହିଳାମାନେ ଦାବି କରୁଥିବା ବେଳେ ସରକାର ରାଜସ୍ବ ପାଇଁ ଏହାକୁ ବନ୍ଦ କରିପାରୁ ନାହାନ୍ତି।
ଏହି ଖବର ପଢ଼ନ୍ତୁ: ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ
ଏହି ସମସ୍ତ ବିଷୟକୁ ନଜର କରି ପଞ୍ଚାୟତରେ ସମ୍ପୂର୍ଣ୍ଣ ନିଶା ମୁକ୍ତ କରିବା ପାଇଁ ସ୍ଲୋଗାନ ଦେଇ ପଞ୍ଚାୟତର ମଦ କାରବାର ହେଉଥିବା ଗ୍ରାମଗୁଡିକରେ ପଦ ଯାତ୍ରା କରାଯାଇଛି। ଏହି ପଦଯାତ୍ରାରେ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷୀକେଶ ପ୍ରଧାନ, ନାୱର ସଂଯୋଜିକା ରୀତାଞ୍ଜଳି ବଗର୍ତ୍ତୀ, ମହିଳା ଜୀବିକା ସୁରକ୍ଷା ମଞ୍ଚର ସଂଯୋଜିକା ସସ୍ମିତା ମଲ୍ଲିକ ସାମିଲ ହୋଇଥିଲେ ଏବଂ ଏମବିକେ ଡି ସବନମଙ୍କ ନେତୃତ୍ୱରେ, ସମ୍ପାଦିକା ଦମ୍ବିକା ନାୟକ, ସଭାନେତ୍ରୀ ରାଜଶ୍ରୀ ମଲ୍ଲିକ, ବିମଳା ପ୍ରଧାନ, ରୁନିମା ପ୍ରଧାନ, ନାମିନି ନାୟକ, ବବିତା ପରାସେଟ, ଇତିମା ନାୟକ, ଆରତୀ କହଁର, ମିତା ପ୍ରଧାନ, ଅନୁପମା ପ୍ରଧାନ, ନିଶାମଣି ପ୍ରଧାନ ସହଯୋଗ କରିଥିଲେ।
ଏହି ଖବର ପଢ଼ନ୍ତୁ: ଆବଣ୍ଟିତ ଗହମ ଫେରାଇ ନେବା ପାଇଁ କେନ୍ଦ୍ରକୁ ଚିଠି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/20/HgF2rJ7uQGwkFIdEnAQu.jpg)