କନ୍ଧମାଳ: ବନ୍ୟା ଓ ଭୂସ୍ଖଳନରେ ଏତିକି ମୃତ, ଏତିକି ଆହତ… ବାଦଲଫଟା ବର୍ଷାରେ ବେହାଲ ପାହାଡି ରାଜ୍ୟ… ଭୟଙ୍କର ଭୂସ୍ଖଳନରେ ଭାଙ୍ଗିଲା ଉତ୍ତରାଖଣ୍ଡ ଓ ହିମାଚଳର ଅଣ୍ଟା… ଏମିତି କେତେ କେତେ ଖବର ଆମେ ଟିଭିରେ ଦେଖୁ । ପାହାଡି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ଯୟର ଖବର ଆମେ ଟିଭି ଓ ଖବରକାଗଜରେ ପଢୁ । ଏବେ ତ ନିଇତି ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରକୃତି ତାଣ୍ଡବ ରଚୁଛି ଏବଂ ସବୁଦିନ ଅଘଟଣର ଖବର ଆସୁଛି । ମିଡିଆରେ ସବୁଦିନ ସେହି ଖବର ଦେଖି ଭଗବାନଙ୍କୁ ପ୍ରାର୍ଥନା ଓଡିଶାରେ ଲୋକେ ଯେତେବେଳେ ନିଜ ରାଜ୍ୟରେ ସେମିତି ଏକ ଘଟଣା ଦେଖିଛନ୍ତି ଆଉ ସେମିତି ଏବ ବର୍ଷା ଜନିତ ଭୟଙ୍କର ଭୂସ୍ଖଳନ କଥା ଶୁଣିଛନ୍ତି ସେତେବେଳେ ସେମାନଙ୍କ ମନରେ ଆତଙ୍କ ଖେଳିଯାଇଛି । ଏକ ଅଲଗା ପ୍ରକାର ଭୟର ବାତାବରଣ ଏବେ କଳିଙ୍ଗା ଘାଟିକୁ ନେଇ ସମସ୍ତଙ୍କର ଭିତରେ ଦେଖାଦେଇଛି । କଳିଙ୍ଗା ଘାଟି ଭୂସ୍ଖଳନ ଘଟଣା ଓଡିଶାକୁ ଏକ ଚେତାବନୀ । ଯଦି ଏହା ପଛର କାରଣ ନଖୋଜି ଏହାର ସମାଧାନ କରାନଯିବ ତେବେ ଏହା ଆଗାମୀ ଦିନରେ ଉତ୍ତରାଖଣ୍ଡ, ହିମାଚଳର ଘଟଣାକୁ ସବୁଦିନ ଘଟାଇବ । ତେଣୁ ବେଳ ହୁଁ ସାବଧାନ ହେବାକୁ ପଡିବ । ଉଭୟ ସରକାର ଏବଂ ସାଧାରଣ ଲୋକଙ୍କୁ ।

Advertisment

ସେପ୍ଟେମ୍ବର ୧୬ ତାରିଖ ଅପରାହ୍ଣ ୩ଟା ୪୫ । ସବୁଜିମା ପରିବେଶ ଭରା କଳିଙ୍ଗା ଘାଟିରେ ପ୍ରକୃତିର ତାଣ୍ଡବ ଓ ଭୟଙ୍କର ଭୂସ୍ଖଳନ ସମସ୍ତଙ୍କୁ ସ୍ତବ୍ଧ କରିପକାଇଥିଲା । ଘଟଣାର ମୂକସାକ୍ଷୀ ପାଲଟିଥିବା ଅନେକ ଯାତ୍ରୀ ଓ ଯାନବାହନ ଚାଳକମାନଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ହେଲେ କାହିଁକି ଘଟିଲା ଏତେ ବଡ଼ ଅଘଟଣ ? କଳିଙ୍ଗା ଘାଟି କାହିଁକି ହେଲା ଭୟଙ୍କର ଭୂସ୍ଖଳନ ? ଜାଣନ୍ତୁ ଏହା ପଛର କାରଣ ?

କଳିଙ୍ଗା ଘାଟି: ଭୂସ୍ଖଳନ ପଛର କାରଣ ?

ହିମାଚଳପ୍ରଦେଶ ଓ ଉତ୍ତରଖଣ୍ଡରେ ବାଦଲଫଟା ବର୍ଷାକୁ ମୋବାଇଲ୍ ଏବଂ ଟିଭିରେ ଦେଖୁଥିବା ଓଡିଶାବାସୀ, କଳିଙ୍ଗାଘାଟିର ଛାତି ଥରା ଦୃଶ୍ୟ ଦେଖି ଚକିତ ହୋଇଛନ୍ତି । ଶାନ୍ତ ଓ ଶୀତଳ ପରିବେଶ ଭରା ଏହି ପାହାଡ଼ ଉପରୁ ଏତେ ବଡ଼ଧରଣର ବିପଦ କେମିତି ମାଡ଼ି ଆସିଲା ତାହା ଆଲୋଚନାର ପ୍ରସଙ୍ଗ ପାଲିଟିଛି । ଆଉ ସ୍ଥାନୀୟ ଲୋକ ଯାହା କହିଛନ୍ତି ତାହା ଚିନ୍ତାଜନକ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାହାଡ଼କୁ କାଟି ରାସ୍ତାକୁ ଓସାରିଆ କରାଯାଉଛି । ପାହାଡ଼କୁ କଟାଯିବା ଫଳରେ ଦୁର୍ବଳ ହେଉଛି ମୂଳ । ଲଗାଣ ବର୍ଷା ପରେ ଭୂସ୍ଖଳନ ହୋଇ ପ୍ରକୃତି ତାଣ୍ଡବ ରଚିଛି ।

ଅଭିଯୋଗ ହେଉଛି ଜଙ୍ଗଲିଆ ଅଂଚଳ ହୋଇଥିବାରୁ ବେଧଡ଼କ ଭାବେ ପାହାଡରୁ ପଥର ଚୋରି ଚାଲିଛି । ଡିନାମାଇଟ୍ ଲଗାଇ ବ୍ଲାଷ୍ଟିଂ କରାଯାଉଛି । ବଡ଼ ବଡ଼ ଗଛକୁ ବି କାଟି ଦିଆଯାଉଛି । ଯାହାଫଳରେ ପରିବେଶ ସନ୍ତୁଳନ ପ୍ରଭାବିତ ହୋଇଛି । ଏସବୁର ପ୍ରଭାବରେ କଳିଙ୍ଗା ଘାଟି ଅଂଚଳରେ ଏଭଳି ଘଟଣା ଘଟିଲା ବୋଲି କହିଛନ୍ତି ପରିବେଶବିତ୍ । 

ଅଧିକ ପଢନ୍ତୁ-

କଳିଙ୍ଗା ଘାଟି ଭୂସ୍ଖଳନ: ଶହଶହ ପରିବାରର ଦାନା-ପାଣି ପ୍ରଭାବିତ, ଚିନ୍ତାରେ ବ୍ୟବସାୟୀ