Bus Accident: କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ମହିଳା ଯାତ୍ରୀ ମୃତ

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଆଜି ଭୋର ସକାଳୁ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

G Udayagiri1

Bus accident at Kalinga ghati on Friday. Photograph: (sambad.in)

ଘୁ ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଆଜି ଭୋର ସକାଳୁ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କର ପରିଚୟ ମିଳିପାରି ନାହିଁ।

ଭୋର ୪ଟା ୨୦ରେ ଦୁର୍ଘଟଣା

ସୂଚନା ଅନୁସାରେ ଯାତ୍ରୀବାହୀ ବସ୍‌ ‘ଶ୍ରୀରାମ’ (ଓଡ଼ି 05F0629) ବରଗଡ଼ ଠାରୁ ଗତକାଲି ରାତିରେ ବାହାରିଥିଲା ଏବଂ ଏହା ସକାଳୁ ବ୍ରହ୍ମପୁରରେ ପହଞ୍ଚି ଥାନ୍ତା। କିନ୍ତୁ ବସ୍‌ଟି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟିର ଅନ୍ଧାରକୋଟ ପୂର୍ବ ଏକ ବୁଲାଣିରେ ୪ଟା ୨୦ ମିନିଟରେ ଦୁର୍ଘଟଣାର ସାମ୍ନା କରିଥିଲା। ବସ୍‌ର ଚାଳକ ନିୟନ୍ତ୍ରଣ ହରାଇବାରୁ ଓଲଟି ପଡ଼ିଥିଲା ଏବଂ ରାସ୍ତାର ଡାହାଣ ପାର୍ଶ୍ଵ ସିସି ସୁରକ୍ଷା ପାଚେରୀ ଡେଇଁ ଭିତରକୁ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମୟରେ ବସ୍‌ରେ ମୋଟ୍‌ ୨୪ ଜଣ ଯାତ୍ରୀ ଥିଲେ। ଅନ୍ୟ ଯାତ୍ରୀମାନେ ବିିଭିନ୍ନ ସ୍ଥାନରେ ଓହ୍ଲାଇ ସାରିଥିଲେ। 

ଆହୁରି ପଢ଼ନ୍ତୁ: 'Mission Power': ପଞ୍ଚାୟତ ନିର୍ବାଚନ ପାଇଁ ‘ମିସନ୍‌ ପାୱାର’: ୧୦ରେ ବିଭାଗୀୟ ମନ୍ତ୍ରୀ, ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ

ଭାରସାମ୍ୟ ହରାଇଲେ ଚାଳକ

ଦୁର୍ଘଟଣା ସଂପର୍କିତ ଖବର ପାଇ ଘୁମୁସର ଉଦୟଗିରି ପୁଲିସ, ଦମକଳ ବାହିନୀ ଏବଂ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଘୁ.ଉଦୟଗିରି ଏବଂ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଘୁ.ଉଦୟଗିରି ପୁଲିସ ଘଟଣାସ୍ଥଳରେ ରହି ତଦନ୍ତ କରୁଛି।ଯାତ୍ରୀବାହୀ ବସଟି ଦ୍ରୁତଗତିରେ ଘାଟିରେ ଆସୁଥିବା ବେଳେ ତୀକ୍ଷ୍ନ ବୁଲାଣିରେ ଭାରସାମ୍ୟ ହରେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି।  

ଆହୁରି ପଢ଼ନ୍ତୁ: Mohan targets Naveen: ନିର୍ବାଚନ ପ୍ରଚାର ସଭାରେ ନବୀନଙ୍କୁ ଟାର୍ଗେଟ କଲେ ମୋହନ: ପେଷିଲେ ପାଲଟା ‘ବେଇମାନ’ ବାଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe