କନ୍ଧମାଳରୁ କମୁନି ଗଂଜେଇ ଚାଲାଣ, ପୁଣି କାର ସହ ୧ କ୍ବିଣ୍ଟାଲ ଜବତ, ଜଣେ ଗିରଫ 

Advertisment
କନ୍ଧମାଳରୁ କମୁନି ଗଂଜେଇ ଚାଲାଣ, ପୁଣି କାର ସହ ୧ କ୍ବିଣ୍ଟାଲ ଜବତ, ଜଣେ ଗିରଫ 

ଫୁଲବାଣୀ : ବାହାର ଜିଲ୍ଲାକୁ କନ୍ଧମାଳରୁ କମୁ ନାହିଁ ଗଂଜେଇ ଚୋରା ଚାଲାଣ। କରୋନା ମହାମାରୀ ସମୟରେ ସମସ୍ତେ ନିଜର ସୁରକ୍ଷା ପାଇଁ ଯତ୍ନବାନ ଥିବା ବେଳେ ମାଫିଆଙ୍କର କିଛି ଚିନ୍ତା ନାହିଁ। ଯେ କୌଣସି ଉପାୟରେ ଗଂଜେଇ ଚାଲାଣ କରି ମାଲମାଲ ହେବା ନିଶା ମାଫିଆଙ୍କୁ କରୋନା ପ୍ରଭାବ ପଡୁ ନାହିଁ। ଗତକାଲି ଫିରିଙ୍ଗିଆରୁ ଭୁବନେଶ୍ବର ଗଂଜେଇ ଚାଲାଣ ହେଉଥିବା ବେଳେ ପୁଲିସ କାର ସହ ୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଜବତ କରି ୪ ଜଣଙ୍କୁ ଗିରଫ କରିଥିଲା ।

୨୪ ଘଣ୍ଟା ନ ପୁରୁଣୁ ପୁଣି ପୁଲିସ ଆଠଗଡକୁ ଚାଲାଣ ହେଉଥିବା ୧ କ୍ବିଣ୍ଟାଲ ୨ କିଲୋ ଗଂଜେଇ ସହ ଏକ କାରକୁ ମାଝିପଡା ଛକ ନିକଟରୁ  ଜବତ କରିଛି। ଏଥିରେ କଟକ ଜିଲ୍ଲା ତିଗିରିଆ ଥାନା ମଣେଶ୍ବରପଡାର ପ୍ରତାପ ନାୟକଙ୍କୁ ପୁଲିସ ଗିରଫ କରିଛି। କାରରେ ଗଂଜେଇ ଚାଲାଣ ହେଉଥିବା ଖବର ପାଇ ଫିରିଙ୍ଗିଆ ଥାନା ଆଇଆଇସି ପି.ଶ୍ୟାମସୁନ୍ଦର ରାଓ ସଦଳବଳେ ଚଢାଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe