ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଇଲାକାରେ ଜଣେ ଦେଢବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ଦାଦା ଦୁଷ୍କର୍ମ ଘଟଣାକୁ ୩ ଦିନ ବିତିଥିବା ବେଳେ ପୁଲିସ ଅଭିଯୁକ୍ତର ଟେର୍ ପାଇପାରୁନି। ଏନେଇ କେସ ନମ୍ବର ୧୭୯ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ତଦନ୍ତରରେ ବିଳମ୍ବ ଯୋଗୁଁ ଅଭିଯୁକ୍ତ ଦାଦା ଫେରାର ହେବାରେ ସକ୍ଷମ ହୋଇଥିଲା ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ୍ ଅଭିଯୋଗ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ମହିଳା ଓ ଶିଶୁଙ୍କ ଉପରେ ଏଭଳି ଅତ୍ୟାଚାର ବଢିଚାଲିଥିବା ବେଳେ ପୁଲିସ କେବଳ ମାମଲା ରୁଜୁ କରି ନିରବଦ୍ରଷ୍ଟା ସାଜିଛି। ପୀଡ଼ିତାଙ୍କ ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବା ସହ ଅଭିଯୁକ୍ତ ଦାଦାକୁ ତୁରନ୍ତ ଗିରଫ କରା ନଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ପରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଦାଦାକୁ ଧରିବାକୁ ବିଭିନ୍ନ ଜାଗାରେ ଚଢଉ ଜାରି ରହିଛି।
Follow Us