ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଆଉ ମାତ୍ର ଗୋଟିଏ ଦିନ ପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ। ଅର୍ଥାତ ଏକ୍ସମାସ ବା ବଡ଼ଦିନ ପର୍ବ ପାଳନ ହେବ।ତା ପୂର୍ବରୁ ସାରା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ସ୍ଥାନୀୟ ଅଞ୍ଚଳର ସମସ୍ତ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହ ସଜେଇ ହେବାରେ ଲାଗିଛି। ବିଭିନ୍ନ ରଙ୍ଗ ବେରଙ୍ଗର ବଡ଼ବଡ଼ ଷ୍ଟାର ତିଆରି କରି ଆଲୋକ ମାଳାରେ ସଜେଇ ଚର୍ଚ୍ଚଗୁଡ଼ିକରେ ଶୋଭା ବର୍ଦ୍ଧନ କରୁଥିବା ବେଳେ ଚର୍ଚ୍ଚ ବାହାର ଏବଂ ଭିତର କୁ ରଙ୍ଗ ଦେଇ ବିଭିନ୍ନ ସୁନ୍ଦର ସୁନ୍ଦର ସାଜ୍ଜସଜ୍ଜା ସାମଗ୍ରୀ  ବ୍ୟବହାର କରି ସୁନ୍ଦର ଭାବେ ସଜେଇ ବାରେ ଲାଗିଛନ୍ତି ଅଞ୍ଚଳର ଖ୍ରୀଷ୍ଟଧର୍ମାଲମ୍ବି।ଚର୍ଚ୍ଚ କୁ ସଜେଇବା ସହ ନିଜ ନିଜ ଘରେ ରଙ୍ଗ ଦେଇ ଘରକୁ ସଜେଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ଅପେକ୍ଷା କରି ପର୍ବ ପାଳନ ପାଇଁ ଉତ୍ସାହ ଓ ଉଦିପନାର ସହ ନିଜ ପରିବାରର ସଦସ୍ୟମାନଙ୍କ ପାଇଁ ନୂତନ ପୋଷାକ କିଣିବା ସହ ନିଜ ନିଜ ପ୍ରିୟ ପରିଜନଙ୍କ ପାଇଁ ଉପହାର କିଣିବା ଏବଂ ନିଜ ଘର ସଜେଇବା ନିମନ୍ତେ ବଜାରରୁ ବିଭିନ୍ନ ସାଜସଜ୍ଜା ସାମଗ୍ରୀ କିଣି ଉକ୍ତ ଉତ୍ସଵ ପାଳନ ପାଇଁ ପ୍ରସ୍ତୁତି ଚଳେଇଛନ୍ତି।

Advertisment

ବଜାରରେ ଦୋକାନଗୁଡ଼ିକରେ ବଡ଼ ବଡ଼ ଷ୍ଟାର, ଫୁଲମାଳ, ବିଭିନ୍ନ ସୁସଜ୍ଜିତ ସାମଗ୍ରୀ ବିକ୍ରି ପାଇଁ ଦୋକାନରେ ରହିଥିବା ଦେଖିବାକୁ ମିଳୁଛି। ଘୁ.ଉଦୟଗିରି ଥାନା ଅଞ୍ଚଳରେ ମୋଟ ୫୫ଗୋଟି ବିଭିନ୍ନ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହ ରହିଛି। ସେଥି ମଧ୍ୟରୁ ବାପଟିଷ୍ଟ ଚର୍ଚ୍ଚ ୧୩ଗୋଟି ରହିଥିବା ବେଳେ ପେଣ୍ଟକଷ୍ଟ ୨ଗୋଟି, ଗୁଡ଼ ନ୍ୟୁଜ-୧, କେଥଲିକ-୧୦, ସିଏନଆଇ-୧୫, ବିଲିଭର୍ସ ଚର୍ଚ୍ଚ-୫, ରୋମାନ କାଥଲିକ-୨, ଏବଂ ଅନ୍ୟ ୨ଗୋଟି ଚର୍ଚ୍ଚରେ ବଡ଼ଦିନ ପର୍ବ ପାଳନ ହେବା ନେଇ ପ୍ରସ୍ତୁତି ଚାଲିଛି। ଏକ୍ସମାସ ପୂର୍ବରୁ ବିଭିନ୍ନ ଅନୁଷ୍ଠାନରେ ପ୍ରି ଏକ୍ସମାସ ପର୍ଵ ପାଳନ ହେଉଥିବା ଦେଖୁବାକୁ ମିଳୁଛି।

ଜମିବ ବଡ଼ଦିନ

ଏକ୍ସମାସ କେକ୍‌ କାଟି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାଣୀ ପଠନ କରିବା ସହ ପ୍ରାର୍ଥନା ଏବଂ ନାଚ ଗୀତର ଆସର ଜମିଥାଏ ଏହି ପ୍ରି ଏକ୍ସମାସ ଉତ୍ସବରେ। ଏକ୍ସମାସ ପର୍ଵ ପାଇଁ ବଜାରରେ ଭିଡ଼ ଦେଖୁବାକୁ ମିଳୁଛି। ଲୁଗା ଏବଂ ରେଡିମେଡି ଦୋକାନରେ ଭିଡ଼ ରହୁଥିବା ଦେଖିବାକୁ ମିଳୁଛି। ବଡ଼ଦିନ ପାଳନ ପାଇଁ ରାଜ୍ୟ ବାହାର ଏବଂ ଜିଲ୍ଲା ବାହାରେ ରହୁଥିବା ସ୍ଥାନୀୟ ଅଞ୍ଚଳର ଖ୍ରୀଷ୍ଟଧର୍ମାଲମ୍ବି ପରିବାର ନିଜ ଘରକୁ ଫେରିବାରେ ଲାଗିଛନ୍ତି। ନିଜ ପରିବାର ପରିଜନ ସହ ମିଳିମିଶି ବଦଦିନ ପାଳନ କରିବ ପାଇଁ। ବେଶ ଆନନ୍ଦ ଉଲ୍ଲାସର ସହ ଚଳିତ ବର୍ଷ ବଡ଼ ଦିନ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଯାଇଛି।

ଆହୁରି ପଢ଼ନ୍ତୁ: Curiosity Red White Horse : ଲାଲ ଓ ଧଳା ଘୋଡ଼ା ସକାଳେ ଦେଉଛନ୍ତି ଦେଖା ସଞ୍ଜ ନଇଁଲେ ମିଳୁନି ପତ୍ତା

ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବ

ଅନ୍ୟପକ୍ଷରେ ବଡ଼ଦିନ ପର୍ବ ପାଳନ ପୂର୍ବରୁ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଆୟୋଜନ କରି ସମସ୍ତ ଧର୍ମର ଲୋକଙ୍କୁ ଏକତ୍ରିତ କରି କିଭଳି ଶାନ୍ତି ଶୃଙ୍ଖଳାର ସହ ଭାଇଚାରାରେ ଏହି ପର୍ବ ପାଳନ ହେବ ତାପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ପୁଲିସ ପକ୍ଷରୁ ବଡ଼ଦିନ ପର୍ବ ପାଇଁ ମଧ୍ୟ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ଚର୍ଚ୍ଚ ପ୍ରାର୍ଥନା ଗୃହ ବୁଲି ତଦାରଖ କରିବା ସହ ସ୍ଥାନୀୟ ଆଇଆଇସି ବିଜୟ ସ୍ୱାଇଁ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ୩୯ଗୋଟି ଚର୍ଚ୍ଚରେ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଫୋର୍ସ ମୁତୟନ କରାଯିବା ସହ ୨ପ୍ଲାଟୁନ ଫୋର୍ସ, ୧୦ଜଣ ପୁଲିସ ଅଫିସର ତିନି ଗୋଟି ପେଟ୍ରୋଲିଂ ଗାଡି, ଜଣେ ଜିଲ୍ଲା ସ୍ତରୀୟ ପୁଲିସ ଅଧିକାରୀ ଏବଂ ଜଣେ  ଏକଜୁକୁଟିଭ ମାଜିଷ୍ଟ୍ରେଟ ମୁତୟନ ହେବା ନେଇ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Smriti Mandhana: ବିବାହ ଭାଙ୍ଗିଯିବା ପରେ ମନ୍ଦିରରେ ନଜର ଆସିଲେ ସ୍ମୃତି ମନ୍ଧାନା, ବିଶାଖାପାଟଣାରେ ପୂଜା କଲେ ଟିମ୍ ଇଣ୍ଡିଆ ସଦସ୍ୟ…