ରାତି ପାହିଲେ ବଡ଼ଦିନ, କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

ରାତି ପାହିଲେ ଖ୍ରୀଷ୍ଟଧର୍ମାଲମ୍ବୀମାନଙ୍କ ବଡ଼ ପର୍ବ ବଡ଼ଦିନ ବା ଖ୍ରୀଷ୍ଟମାସ ପର୍ବ। ବହୁ ଆନନ୍ଦ ଉଲ୍ଲାସରେ ପର୍ବ ପାଳନ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ ଲଗାତାର ପାଗ ପରିବର୍ତ୍ତନକୁ ଝିପି ଝିପି ବର୍ଷା ପର୍ବରେ ଫିକା ପକେଇ ଦେଇଛି।

christmas

ଘୁ.ଉଦୟଗିରି: ରାତି ପାହିଲେ ଖ୍ରୀଷ୍ଟଧର୍ମାଲମ୍ବୀମାନଙ୍କ ବଡ଼ ପର୍ବ ବଡ଼ଦିନ ବା ଖ୍ରୀଷ୍ଟମାସ ପର୍ବ। ବହୁ ଆନନ୍ଦ ଉଲ୍ଲାସରେ ପର୍ବ ପାଳନ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ ଲଗାତାର ପାଗ ପରିବର୍ତ୍ତନକୁ ଝିପି ଝିପି ବର୍ଷା ପର୍ବରେ ଫିକା ପକେଇ ଦେଇଛି। ଅନ୍ୟପଟେ ବଡ଼ଦିନ ପର୍ବରେ କିଭଳି ଶାନ୍ତି ଶୃଙ୍ଖଳା ସହ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଚର୍ଚ୍ଚମାନଙ୍କରେ ବଡ଼ଦିନ ଶାନ୍ତିଶୃଙ୍ଖଳା ସହ ଆନନ୍ଦ ଉଲ୍ଲାସରେ ପାଳନ କରିବେ ସେଥିପାଇଁ ପୁଲିସ ପ୍ରଶାସନ କିଛି ଦିନ ହେଲା ଉଦ୍ୟମ କରୁଥିବାବେଳେ ଆଜି ପୁଲିସ ପକ୍ଷରୁ ଚୂଡାନ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

 ସ୍ଥାନୀୟ ଥାନା ଅଞ୍ଚଳରେ ବଡ଼ଦିନ ପର୍ବ ପାଇଁ ଦକ୍ଷିଣାଞ୍ଚଳ ଡ଼ିଆଇଜି ସାର୍ଥକ ଷଡଙ୍ଗୀ ଅପରାହ୍ଣରେ ଘୁ.ଉଦୟଗିରିରେ ପହଁଚିଥିବା ବେଳେ ୨୬ଗୋଟି ଚର୍ଚ୍ଚରେ ଦୁଇ ପ୍ଲାଟୁନ ଆଇଆରବି ଯବାନ ମୁତୟନ କରାଯିବା ସହ ଅଫିସରମାନେ ନିୟମିତ ପେଟ୍ରୋଲିଂ କରୁଥିବା ଏବଂ ଘୁ.ଉଦୟଗିରି କଳିଙ୍ଗା ମୁଖ୍ୟ ସଡକରେ ୨୪ଘଣ୍ଟା ନାକା ଲାଗିଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଗାଡିମୋଟରକୁ ତନ ତନ କରି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି।

ଗୋଟିଏ ଓଡ୍ରାଫ ଟିମ ଥାନାରେ ପ୍ରସ୍ତୁତ ହୋଇ ରହିଛନ୍ତି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ନେହାସିଶ ସାହୁ ସ୍ଥାନୀୟ ଥାନାରେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ତଦାରଖ କରୁଥିବା ନେଇ ସ୍ଥାନୀୟ ଆଇଆଇସି ଭଗବାନ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି। ଆଜିଠାରୁ ସମସ୍ତ ଚର୍ଚ୍ଚମାନଙ୍କରେ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ନିୟମିତ ପେଟ୍ରୋଲିଂ ବି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe