ଘୁ.ଉଦୟଗିରିରେ ଖସିଲା ପାରଦ, ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି

ଘୁ.ଉଦୟଗିରିରେ ଖସିଲା ପାରଦ, ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି

ଘୁ.ଉଦୟଗିରି: କୁହୁଡ଼ିର ବଳୟ ଭିତରେ ସାରା ଘୁ.ଉଦୟଗିରି ଅଞ୍ଚଳ।ପୁଣି ଲେଉଟିଲା ଶୀତ । ଖସିଲା ପାରଦ ବଢିଲା  ଶୀତ। ଚଳିତ ବର୍ଷ ଶୀତ ଏକ ପ୍ରଜାର ଲୁଚକାଳି ଖେଳ ଖେଳୁଛି। ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ କିଛି ଦିନ ବ୍ୟବଧାନରେ ହଠାତ ମେଘୁଆ ପାଗ ଯୋଗୁଁ ଶୀତ ଉଭାନ ହୋଇଯାଉଛି। ସେଇଭଳି ଶୀତ ଆସୁଛି ଏବଂ ଯାଉଛି।ଗତ ତିନି ଦିନ ହେଲା ପୁଣି ଶୀତ ଲେଉଟିଛି।ପାରଦ ତଳ ମୁଁହା ହେବାରେ ଲାଗିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ।ଶୀତ ସହ ସାରା ଅଞ୍ଚଳ କୁହୁଡ଼ିର ବଳୟ ଭିତରେ ଆଚ୍ଛାଦିତ ହୋଇ ରହୁଛି।କୁହୁଡି ଯୋଗୁଁ ରସ୍ତରେ ଗାଡି ମଟର ଜାତୟତରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଥଣ୍ଡା ଆହୁରି କିଛି ଦିନ ଲାଗିରହିବ ଏବଂ ଆହୁରି ତଳକୁ ପାରଦ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗତ ତିନି ଦିନ ଧରି ପାରଦ କ୍ରମାଗତ ଭାବେ ତଳ ମୁଁହା ହେବାରେ ଲାଗିଛି। ଆଜି ଘୁ.ଉଦୟଗିରି ସହରର ତାପମାତ୍ରା୧୦.୪ଡିଗ୍ରି ରେକର୍ଡ କରାଯାଇଛି। ପାରଦ ଖସିବା ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସୁଲୁସୁଲିଆ ଥଣ୍ଡା ପବନ ବହିବା ସହ ଆକାଶରୁ ଶିଶିର ବିନ୍ଦୁ ପଡ଼ିବ ଥଣ୍ଡାକୁ ଦ୍ୱିଗୁଣିତ କରୁଛି। ସଞ୍ଜ ନଇଁଲେ କୁହୁଡି ଆରମ୍ଭ ହେଉଥିବା ବେଳେ ଦିନ ଦଶଟା ପର୍ଯ୍ୟନ୍ତ କୁହୁଡି ଲାଗିରହୁଛି। ଗାଡ଼ି ମଟର ଚଳାଚଳରେ ବ୍ୟାଘାତ ସୃଷ୍ଟିର ସହ ଦୁର୍ଘଟଣା ବୃଦ୍ଧି ପାଉଛି। ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳରେ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଥିବା ଦେଖିବାକୁ ମିଳିଛି।କେତେବେଳେ ପାରଦ ଖସୁଛି ତ କେତେବେକେ ବଢୁଛି।ବିଳମ୍ବରେ ଶୀତ ଆସିଥିବା ଯୋଗୁଁ ଶୀତ ବିଳମ୍ବରେ ଯିବାର ସମ୍ଭାବନା ରହିଛି।ପ୍ରବଳ ଶୀତ ହେବା ନେଇ ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe