ପୁଣି ଖସିଲା ପାରା: ଥରେଇଲା ଶୀତ, ଘୁ. ଉଦୟଗିରିରେ ତାପମାତ୍ରା ୩.୩ ଡିଗ୍ରି

Advertisment

ଚଳିତ ଶୀତ ଋତୁରେ ୩ୟ ଥର ତୁଷାରପାତ

ଚଳିତ ଶୀତ ଋତୁରେ ୩ୟ ଥର ତୁଷାରପାତ

ପୁଣି ଖସିଲା ପାରା: ଥରେଇଲା ଶୀତ, ଘୁ. ଉଦୟଗିରିରେ ତାପମାତ୍ରା ୩.୩ ଡିଗ୍ରି

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମସର୍‌ ଉଦୟଗିରିରେ ଗୁରୁବାର ପୁଣି ଥରେ ପାରା ଖସିଛି। ଅପରାହ୍ନ ୨ଟା ପରେ ଲୋକମାନେ ଘରୁ ବାହାରିବାକୁ ପସନ୍ଦ କରୁ ନଥିବାରୁ ରାସ୍ତାଘାଟ ଜନଶୂନ୍ୟ ଦେଖାଯାଉଛି। ସେହିଭଳି ଏହି ଅଞ୍ଚଳରେ ସକାଳୁ ତାପାମାତ୍ରା ୩.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ୨ୟ ଥର ପାଇଁ ତୁଷାରପାତ ଦେଖାଯାଇଛି।

ଗତବର୍ଷ ତୁଳନାରେ ଚଳିତ ଜାନୁଆରିରେ ଶୀତର ପ୍ରକୋପ ଅଧିକ ରହିଛି। ସଞ୍ଜ ନଇଁଲେ ଶୀତ ବଢୁଛି। ରାତି ସାରା ଥଣ୍ଡା କାୟା ବିସ୍ତାର କରୁଛି। ସକାଳ ୧୦ ପର୍ଯ୍ୟନ୍ତ ଲୋକ ଶୀତବସ୍ତ୍ରରେ ଘୋଡାଇ ହେଉଥିବା ପରିଲକ୍ଷିତ ହେଉଛି। ବୟସ୍କ ବ୍ୟକ୍ତି ଓ ଗୃହପାଳିତ ପଶୁଙ୍କ ପାଇଁ ଶୀତ ଦାଉ ସାଜୁଛି। ବୃଦ୍ଧ-ବୃଦ୍ଧାମାନଙ୍କ ପାଇଁ ନିଆଁ ପ୍ରମୁଖ ଆଶ୍ରୟସ୍ଥଳ ପାଲଟିଛି।

publive-image

ଗତ ଡିସେମ୍ବର ୧୮, ଜାନୁଆରୀ ୫ ଓ ୧୮ରେ ତୁଷାରପାତ ଦେଖିବାକୁ ମିଳିଛି। ଗୁରୁବାର ସହରର ଥାନା ପରିସର ପଡ଼ିଆ ସମେତ ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ତୁଷାର ପାତ ହୋଇଛି। ଘାତ ପଡ଼ିଆରେ ତୁଷାରପାତ ଦେଖିବାକୁ ମିଳିଛି। ସହରର ତାପମାତ୍ରା ୩.୫ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ଆହୁରି କମ୍‌ ହେବ ବୋଲି ଅନୁମାନ କରାଯାଉଛି।

ଶୀତ କାହାପାଇଁ ଖୁସି ଆଣିଛି ତ, କିଛି ଲୋକ ଦୟନୀୟ ଜୀବନଯାପନ କରୁଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଶୀତୁଆ ପାଗ ଖୁସି ଆଣିଛି। ଶୀତରେ କଳିଙ୍ଗା ଘାଟି, କଳିଙ୍ଗା ବଟାନିକାଲ ଗାର୍ଡେନ, ଶିଙ୍କି କଫି ବଗିଚା, ଶିଙ୍କି ଡ୍ୟାମ୍‌କୁ ଯାଇ ପର୍ଯ୍ୟଟକ ଥଣ୍ଡାର ମଜା ନେଉଥିବା ଦେଖାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe