ଜାଡ଼ କବଳରେ ଓଡ଼ିଶା: ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ଶୀତ ପ୍ରକୋପ ଜାରି, ଘୁ. ଉଦୟଗିରିରେ ପାରା ୩.୫ ଡିଗ୍ରି

ଜାଡ଼ କବଳରେ ଓଡ଼ିଶା: ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ଶୀତ ପ୍ରକୋପ ଜାରି, ଘୁ. ଉଦୟଗିରିରେ ପାରା ୩.୫ ଡିଗ୍ରି

ଘୁ.ଉଦୟଗିରି/କନ୍ଧମାଳ: ଗତ କିଛି ଦିନ ହେବ ସମଗ୍ର ଓଡ଼ିଶାରେ ଶୀତ ଜାରି ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ସ୍ଥିତି ଆହୁରି ଖରାପ ରହିଛି। ଚଳିତ ଶୀତ ଋତୁରେ ଦ୍ୱିତୀୟ ଥର ପାଇଁ ଘୁ.ଉଦୟଗିରି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଶନିବାର ତାପମାତ୍ରା ୩.୫ ଡିଗ୍ରିକୁ ଖସିଛି। ପୂର୍ବରୁ ଗତ ଡିସେମ୍ବର ୧୮ରେ ଏଭଳି ତାପମାତ୍ରା ଦେଖାଯାଇଥିଲା। ସଞ୍ଜ ନଇଁଲେ ସାରା ସହର ଖାଁ ଖାଁ ଲାଗୁଥିବା ବେଳେ ଅପରାହ୍ନ ୨ଟା ପରେ ରାସ୍ତାରେ କମ୍‌ ଲୋକ ଯିବା ଆସିବା କରୁଛନ୍ତି। ଜରୁରୀ କାମ ଥିଲେ ଲୋକେ ବାହାରକୁ ଯାଉଥିବା ଦେଖାଯାଉଛି।

ବାସ୍ତବ ପକ୍ଷେ ଗରିବ ଲୋକଙ୍କୁ ଅଧିକ ଶୀତ ହେଉଥିବା ଜଣାପଡ଼ିଛି। ଥଣ୍ଡା ବଢ଼ିବା ଯୋଗୁଁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ଘୁ.ଉଦୟଗିରିରେ ରହି ପର୍ଯ୍ୟଟକ କଳିଙ୍ଗା ଘାଟି, ବଟନିକାଲ ଗାର୍ଡେନ, ମଣ୍ଡାସର ଓ ଦାରିଙ୍ଗବାଡ଼ି ବୁଲି ମଜା ନେଉଛନ୍ତି। ତିନି ଦିନ ହେଲା ଥଣ୍ଡା ପବନ ବହୁଛି। ହାତଗୋଡ଼ ଥଣ୍ଡାରେ ଛୁଞ୍ଚି ଫୋଡିଲା ଭଳି ଲାଗୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe