କଳିଙ୍ଗା ଘାଟି ଭୂସ୍ଖଳନକୁ ୨୪ଦିନ ବିତିଲା; ନିର୍ମାଣ କାମ ଜାରି

କଳିଙ୍ଗା ଘାଟି ଭୂସ୍ଖଳନକୁ ୨୪ଦିନ ବିତିଗଲା। ତଥାପି ରାସ୍ତା ନିର୍ମାଣ ସରି ନାହିଁ। ଚଳିତ ବର୍ଷ ତୁହାକୁ ତୁହା ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଭୁସ୍ଖଳନ ସ୍ଥଳରେ ନଷ୍ଟ ହୋଇଥିବା ୩୦ଫୁଟ ରାସ୍ତା ପୁନଃ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି।

kalinga

ଘୁ.ଉଦୟଗିରି: କଳିଙ୍ଗା ଘାଟି ଭୂସ୍ଖଳନକୁ ୨୪ଦିନ ବିତିଗଲା। ତଥାପି ରାସ୍ତା ନିର୍ମାଣ ସରି ନାହିଁ। ଚଳିତ ବର୍ଷ ତୁହାକୁ ତୁହା ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଭୁସ୍ଖଳନ ସ୍ଥଳରେ ନଷ୍ଟ ହୋଇଥିବା ୩୦ଫୁଟ ରାସ୍ତା ପୁନଃ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି। ଗତମାସ ୧୬ତାରିଖ ଦିନ ବାଦଲ ଫଟା ବର୍ଷା ଯୋଗୁଁ ପାହାଡ଼ ଧସି ବଡ଼ବଡ଼ ପଥର ପାହାଡ଼ ଶିଖରରୁ ଖସିବା ସହ ପ୍ରବଳ ଜଳ ସ୍ରୋତରେ ୩୦ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇହୋଇ ବିରାଟ ଗର୍ତ ସୃଷ୍ଟି ହୋଇଥିଲା।

କଳିଙ୍ଗା ଘାଟି ଦେଇ ୨୧୭ ନମ୍ବର ଜାତୀୟ ରାଜପଥ ଯାଇଥିବାରୁ ଏହାର ଦାୟିତ୍ୱ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ହାତରେ ନ୍ୟସ୍ତ ରହିଛି। ଏହାର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ବଲପୁରରେ ରହିଛି। ଖବର ପାଇ ବିଭାଗୀୟ ଅଧିକାରୀ ଦଳ ଦଳ କଳିଙ୍ଗା ଘାଟି ଭୂସ୍ଖଳନ ସ୍ଥଳ ପରିଦର୍ଶନ କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମାପ୍ତ କରାଯିବା ନେଇ ଆଶ୍ୱାସନା ଦେଲେ ସେଇ ଅନୁସାରେ କାର୍ଯ୍ୟ ଚାଲିଲା ହେଲେ ପୁଣି ୨୨ତାରିଖ ଦିନ ଦ୍ୱିତୀୟ ଭୂସ୍ଖଳନ ସେଇ ସ୍ଥାନରେ ହେବା ଫଳରେ ପାହାଡ଼ ଉପରୁ ବଡ଼ବଡ଼ ପଥର ମାଟି ଖସିବା ସହ ପାହାଡ଼ ଉପରେ କିଛି ପଥର ଝୁଲିକି ରହିଲା। ତା ପରେ କାର୍ଯ୍ୟ ଧିମେଇବାରେ ଲାଗିଲା।

ଦୁର୍ଗାପୂଜା ପାଇଁ କାର୍ଯ୍ୟରେ କିଛି ଧିମା ଦେଖା ଦେବା ସହ ଭୁସ୍ଖଳନ ସ୍ଥଳରେ ଯେହେତୁ ବିପଦଶଙ୍କୁଳ ଅବସ୍ଥାରେ ପଥର ଝୁଲି ରହିଛି ଶ୍ରମିକମାନେ କାର୍ଯ୍ୟ କରିବାରେ ସମସ୍ୟା ସୃଷ୍ଟି ହେଲା। ତଥାପି କାର୍ଯ୍ୟ ଚାଲିଲା ପ୍ରଥମେ ପଥର ପେକିଙ୍ଗ ଦିଆଯାଇ ତାଉପରେ ବାଲି ଫିଲଙ୍ଗ କରି କଂକ୍ରିଟ ବିଛାଯିବା ପରେ ରାସ୍ତାରେ ପରୀକ୍ଷାମୂଳକ ଭାବେ ଗାଡି ଚଳାଚଳ କରାଗଲା ପରେ ତାଉପରେ ହ୍ୟୁମ ପାଇପ ପକାଯାଇ କଂକ୍ରିଟ ପକାଯାଇ ପେକିଙ୍ଗ ଦିଆଗଲା।

ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷାରେ ପୁଣି ପାହାଡ଼ ଉପରୁ ପ୍ରବଳ ଜଳସ୍ରୋତ ବୋହିବା ଯୋଗୁଁ ହୋଇଥିବା କାର୍ଯ୍ୟ ରେ କିଛି କ୍ଷତି ହୋଇଥିବା ବେଳେ ସୁରକ୍ଷା ପାଇଁ ଦିଆଯାଇଥିବା ବାଲି ବସ୍ତା ପ୍ରବଳ ଜଳସ୍ରୋତରେ ଭାସି ଯାଇଛି।ତଥାପି ଆଜି କାର୍ଯ୍ୟ ଚାଲୁ ରହିଛି ଆସନ୍ତା କାଲି ଏହି କଂକ୍ରିଟ ଉପରେ ଲୁହା ରଡ ବିଛା ଯାଇ ଦେଢ଼ ଫୁଟ କଂକ୍ରିଟ ଢ଼ଳେଇ ହେବା ନେଇ ସୂଚନା ମିଳିଛି।ଖୁବ ଶୀଘ୍ର ଏହି କାର୍ଯ୍ୟ ସରିବା ପରେ କଳିଙ୍ଗା ଘାଟିରେ ପୁନର୍ବାର ଗାଡି ମୋଟର ଯାତାୟତ କରିବା ନେଇ ସୂଚନା ମିଳିଛି।

Kalinga ghati 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe